ପ୍ରଜ୍ଞାନ ମିଶନ ତରଫରୁ ପାଟଣା ବ୍ଲକ ସ୍ତରୀୟ ଗୀତା ଆବୃତ୍ତ ପ୍ରତିଯୋଗିତା ଅନୁଷ୍ଠିତ
କେନ୍ଦୁଝର, 15 ନଭେମ୍ବର (ହି.ସ.) ପ୍ରଜ୍ଞାନ ମିଶନ ତରଫରୁ ସପ୍ତମ ଓଡ଼ିଶା ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତ ପ୍ରତିଯୋଗିତା ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି। ପ୍ରଜ୍ଞାନ ମିଶନ ଗୀତା ପ୍ରତିଯୋଗିତା ଜିଲା ସଂଯୋଜକ ବିବେକା ନନ୍ଦ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟ
ପ୍ରଜ୍ଞାନ ମିଶନ ତରଫରୁ ପାଟଣା ବ୍ଲକ ସ୍ତରୀୟ ଗୀତା ଆବୃତ୍ତ ପ୍ରତିଯୋଗିତା ଅନୁଷ୍ଠିତ


କେନ୍ଦୁଝର, 15 ନଭେମ୍ବର (ହି.ସ.) ପ୍ରଜ୍ଞାନ ମିଶନ ତରଫରୁ ସପ୍ତମ ଓଡ଼ିଶା ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତ ପ୍ରତିଯୋଗିତା ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି। ପ୍ରଜ୍ଞାନ ମିଶନ ଗୀତା ପ୍ରତିଯୋଗିତା ଜିଲା ସଂଯୋଜକ ବିବେକା ନନ୍ଦ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ଭଗବତ ଗୀତା ଆବୃତ୍ତି କରିଥିଲେ। ଏହି ପ୍ରତି ଯୋଗୀତାରେ କୃତି ଛାତ୍ରଛାତ୍ରୀ ଙ୍କୁ ପୁରଷ୍କାର ପ୍ରଦାନ କରା ଯାଇଥିଲା। ବିତରଣ ଉତ୍ସବରେ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ବର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍‌ ଭାବେ ବଡ ପାଟଣା ସରପଂଚ ବିନତି ବାନାରା, ମୁଖ୍ୟ ବକ୍ତା ଭାବେ ପାଟଣା ବ୍ଲକ ପୂର୍ବତନ ଅଧକ୍ଷ ବିଦ୍ୟାଧର ଦାଶ, ସମ୍ମାନିତ ଅତିଥ୍‌ ଭାବେ ପଣ୍ଡିତ କ୍ଷୀରୋଦ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଭଗବଦ୍ ଗୀତା ର ଉପକାରିତା ଉପରେ ଆଲୋକ ପାତ କରିଥିଲେ। ସଂଯୋଜକ ଶ୍ରୀ ଦାଶ ପ୍ରଜ୍ଞାନ ମିଶନ ର ଆଭିମୁଖ୍ୟ ରେଉପରେ ଆଲୋକ ପାତ କରିଥିଲେ। ଆୟୋଜିତ ସଭା ରେ ଖବର ଦାତା ବୀର କିଶୋର ଦାଶ ଅତିଥୂ ପରିଚୟ ପ୍ରଦାନ କରିଥିବା ବେଳେ ସଂଯୋଜକ ଶ୍ରୀ ଦାଶ ଧନ୍ୟବାଦ୍ ଦେଇଥିଲେ। ସଭା କାର୍ଯ୍ୟକୁ ବେଣୁଧର ମହାନ୍ତି ସଂଯୋଜନା କରିଥିଲେ । ପ୍ରତିଯୋଗୀତା ରେ ଗ୍ରୁପ ଗ ରେ ପ୍ରଥମ ସ୍ଥାନ ରେ ହିମାଦ୍ରି ତନୟା ମହାନୁ, ଦ୍ବୀତୀୟ ରେ ଶ୍ରୀକ୍ରିଷ୍ଣା ପଣ୍ଡା, ତୃତୀୟ ରେ ଲଲ୍ଲି ନାଏକ, ଗ୍ରୁପ ଖ ରେପ୍ରଥମ ସ୍ଥାନ ରେ ପ୍ରତିଭା ପ୍ରି ରଣା, ଦ୍ବୀତୀୟ ରେ ପଲ୍ଲବୀ ମହାନ୍ତି, ତୃତୀୟ ରେ ତେଜସ୍ମିତା ମହାନ୍ତି, ଗ୍ରୁପ ପ୍ରଥମ ସ୍ଥାନ ରେ ଆଦ୍ୟାଷା କର, ଦ୍ବୀତୀୟ ରେ ପ୍ରଲନ ପିହୁ ମହାନ୍ତି, ତୃତୀୟ ରେ ରାଜ କୁମାର ବେହେରା ରହିଥିଲେ। ସମସ୍ତ ବର୍ଗର ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ରେ ରହିଥ‌ିବା ପ୍ରତିଯୋଗୀ ଙ୍କୁ ଅତିଥ୍ ମାନେ ମାନ ପ‌ତ୍ର ଓ ଗୀତା ଗ୍ରନ୍ଥ ଦେଇ ପୁରଷ୍କୃତ କରି ଥିଲେ । ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ଗୀତା ପ୍ରଦାନ କରାଯାଇଥିଲା। ବିଚାରକ ଭାବେ ପଣ୍ଡିତ କ୍ଷୀରୋଦ କୁମାର ମିଶ୍ର, ଗଜେନ୍ଦ୍ର ମିଶ୍ର, ସଂସ୍କୃତ ଶିକ୍ଷକ ହଳ ଧର ମହାନୁ ଓ ଶିକ୍ଷୟିତ୍ରୀ ଶର୍ମିଷ୍ଠା ସୋରେନ, ତ୍ରିବେଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥୂଲେ। ଆଚର୍ଯ୍ୟା ରେବତୀ ତ୍ରିପାଠୀ ଓ ନମିତା ମହାନ୍ତି ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande