ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କ ସମ୍ମିଳନୀ
ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ର ମୁଖ୍ୟ ସ୍ତମ୍ଭ
ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କ ସମ୍ମିଳନୀ


ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କ ସମ୍ମିଳନୀ


ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କ ସମ୍ମିଳନୀ


ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କ ସମ୍ମିଳନୀ


ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କ ସମ୍ମିଳନୀ


ବଲାଙ୍ଗିର, 15 ନଭେମ୍ବର (ହି.ସ) -

ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ କନଫରେନ୍ସ ହଲ ଠାରେ ସଦର ବ୍ଲକ ଅନ୍ତର୍ଗତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବଲାଙ୍ଗୀର ସଦର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ଦୀପ ପ୍ରଜ୍ଜ୍ୱଳନ କରି ନିଜ ବକ୍ତବ୍ୟରେ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ର ମୁଖ୍ୟ ସ୍ତମ୍ଭ। ତାଙ୍କ ନେତୃତ୍ୱ ବିନା ବିଦ୍ୟାଳୟ ଚାଲିବା ସମ୍ଭବ ନୁହେଁ। ସେ ବିଦ୍ୟାଳୟ ର ଶିକ୍ଷା, ପ୍ରଶାସନ, ଶୃଙ୍ଖଳା, ସମ୍ପର୍କ,ଉନ୍ନତି ଓ ସାମାଜିକ ଭୂମିକା ସବୁକୁ ସମନ୍ୱୟ କରି ବିଦ୍ୟାଳୟ କୁ ଉତ୍କର୍ଷ ଦିଗରେ ଆଗକୁ ନେଇଥାନ୍ତି।ତାଙ୍କ ସଠିକ ନେତୃତ୍ୱ,ନିଷ୍ଠା,ମାନବତା ଓ ବୁଦ୍ଧିମତା ନୂତନ ପୀଢ଼ି କୁ ଉଜ୍ଜ୍ୱଳ ଭବିଷ୍ୟତ ଦେବାରେ ମୂଲ୍ୟବାନ ଭୂମିକା ନିଭାଏ ବୋଲି କହିଥିଲେ।ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ଧରୁଆ ପ୍ରମୁଖ ମଂଚାସୀନ ଥିଲେ।ଏହି ସମ୍ମିଳନୀ ରେ ମଧ୍ୟାହ୍ନ ଭୋଜନ,ୟୁନିଫର୍ମ,ଚାଇଲଡ ଟ୍ରାକିଙ୍ଗ, ୟୁଏଏସ ପୋର୍ଟାଲ, ଡ୍ରପ ଆଉଟ ଛାତ୍ରଛାତ୍ରୀ ଙ୍କୁ କିଭଳି ବିଦ୍ୟାଳୟ କୁ ଅଣା ଯାଇପାରିବ ସେ ସମସ୍ତ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମ ର ସଂଯୋଜନା ଦୁଲାଲ ନାଥ କରିଥିବା ବେଳେ ଏବିଇଓ ସନ୍ଧ୍ୟାରାଣୀ ଧରୁଆ ଧନ୍ୟବାଦ ଦେଇଥିଲେ।ଏହି ସମ୍ମିଳନୀ ରେ ସଦର ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସହିତ ସମସ୍ତ ସିଆରସସି ଏବଂ ବ୍ଲକ କାର୍ଯ୍ୟାଳୟ ର କର୍ମଚାରୀବୃନ୍ଦ ଯୋଗଦେଇଥଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande