
ପୁଣି ଚମକିଲେ କିସ୍ ଛାତ୍ରୀ,
ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଅଦ୍ଭୁତପୂର୍ବ ସଫଳତା
ବାରିପଦା , 15 ନଭେମ୍ବର (ହି.ସ.)- ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ କିସ ଚାରି ଜଣ ଆଦିବାସୀ ଛାତ୍ରୀ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି। ସେମାନେ ହେଲେ ମାମୁନି ନାଏକ, ଲକ୍ଷ୍ମୀ ପ୍ରିୟା ହାଂସଦା, ପ୍ରିତୀନନ୍ଦା ନାଏକ, ମାମାଲି ପ୍ରୀୟାସିନି ହେମ୍ବ୍ରମ। ଏହି ସଫଳତା ପାଇଁ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଗଣେଶ ମିଶ୍ର କୃତି ଛାତ୍ରୀ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କିସ୍ ଓ କିଟ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି। ପ୍ରକାଶ ଥାଉକି ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ବୃତ୍ତି ପରୀକ୍ଷାରେ ଭାଗ ନେଇଥିବା ସମସ୍ତ ଛାତ୍ରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବାରିପଦା ବାଙ୍କିଶୋଲ ସ୍ଥିତ କିସ୍ ଆବାସିକ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକ ହଜାର ଛାତ୍ରୀ ନିଶୁଳ୍କ ପାଠ ପଢ଼ୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ