
କେନ୍ଦୁଝର, 15 ନଭେମ୍ବର (ହି.ସ.)ନିକଟରେ ନୁଆପଡା ରାଜନିତିର ଉଷ୍ଣତା ଏବେ ସାରା ରାଜ୍ୟରେ ହଇଚଈ ହେଉଥିବା ସମୟରେ କେନ୍ଦୁଝର ଜିଲ୍ଲା ଆମ ଆଦମୀ ପାର୍ଟୀର କାର୍ଯ୍ୟକର୍ତ୍ତା ମାନେ କସରତ ଜାରିରଖିଛନ୍ତି । ଝୁମ୍ପୁରା ବ୍ଲକରେ ଜିଲ୍ଲାର ଜିଲ୍ଲାସଭାପତି ପ୍ରେମାନନ୍ଦ ସିଂ ସଦର ନିର୍ବାଚନ ମଣ୍ଡଳୀର ସଭାପତି ଜୟକୃଷ୍ଣ ନାଏକଙ୍କର ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଈଯାଈଛି । ଆସନ୍ତା 26 ନଭେମ୍ବରରେ ସମ୍ବିଧାନ ଦିବସ ସହିତ ଆମ ଆଦମୀ ପାର୍ଟୀର ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ବୈଠକ ଏବଂ ରାଜ୍ୟର ରାଜନିତୀରେ ପାର୍ଟୀର ସ୍ଥୀତି ଜାହିର କରିବା ପାଇଁ ଏବଂ କେନ୍ଦୁଝର ଜିଲ୍ଲାର ଶିକ୍ଷା ସ୍ୱାସ୍ଥ୍ୟ ର ଉଲ୍ଲେଖନିୟ ପରିବର୍ତ୍ତନ କରିବାପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ତା ସହିତ ଆଗାମି ନିର୍ବାଚନର ରୁପରେଖ କଣ ହବ ଆଲୋଚନା କରାଯାଇ ସଭା ସମାପ୍ତି କରାଯାଈଥିଲା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA