
ଜୟପୁର, 15 ନଭେମ୍ବର (ହି.ସ.)ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶାରଦା ବିହାର, ଜୟପୁରଠାରେ ବାଲ୍ ଭାରତୀ ଏବଂ କନ୍ୟା ଭାରତୀ ଶିବିର, ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକ ସହଭୋଜ କାର୍ଯ୍ୟକ୍ରମ ଏବଂ ଜନଜାତି ଗୌରବ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି I ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଶିଶୁଙ୍କ ମଧ୍ୟରେ ପ୍ରବନ୍ଧ, ଗଳ୍ପ, ସୁନ୍ଦର ହସ୍ତାକ୍ଷର, ବକ୍ତୃତା, ଚିତ୍ରାଙ୍କନ, ସଙ୍ଗୀତ ଚୌକି ଇତ୍ୟାଦି କରାଯାଇଥିଲା I ଏଥିରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ଯନ୍ତ୍ରୀ କେଦାର ନାଥ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I ଅନ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କିଶୋର ଚନ୍ଦ୍ର ପଣ୍ଡା ଏବଂ ଯୁଗ୍ମ ସଂପାଦକ ତପନ୍ କିରଣ ତ୍ରିପାଠୀ , ପୂର୍ବତନ ପରିଚାଳନା ସମିତିର ଉପସଭାପତି ଡଃ ମନୋରଞ୍ଜନ ପ୍ରଧାନ, ପୂର୍ବତନ ସମ୍ପାଦକ ପଙ୍କଜ କୁମାର ପାତ୍ର ଏବଂ ଅବସରପ୍ରାପ୍ତ ଶିକ୍ଷକ ରାଧା ମୋହନ ପଣ୍ଡା ଉପସ୍ଥିତ ଥିଲେ I ମୁଖ୍ୟ ଅତିଥି ଶ୍ରୀ ବେହେରା ଆଜିର ଦିବସର ମହତ୍ୱ ବିଷୟରେ ଶିଶୁ ମାନଙ୍କୁ ବୌଦ୍ଧିକ ପ୍ରଦାନ କରିବା ସହିତ ଶିଶୁଙ୍କ ଦେଶ ପାଇଁ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ I ଶିକ୍ଷକ କୈଳାସ ଚନ୍ଦ୍ର ପଣ୍ଡା ବାଲ ଶିବିର ଓ କନ୍ୟା ଶିବିରରେ ଶିଶୁଙ୍କ ଜୀବନ ଚରିତ ବିଷୟରେ ସମ୍ୟକ ସୂଚନା ଦେଇଥିଲେ I ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ରାମଚନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ I
---------------
ହିନ୍ଦୁସ୍ଥାନ ସମାଚାର / ପିକେପି