ବିଜ୍ଞାନ ମେଳାରେ ସୂର୍ଯ୍ୟଗ୍ରହଣ ଓ ଚନ୍ଦ୍ରପରାଗ ପ୍ରକଳ୍ପ ପ୍ରଶଂସିତ
କେନ୍ଦ୍ରାପଡା, ୧୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ହାଇସ୍କୁଲ୍‌ ଛକରେ ଥିବା ଆପେକ୍ସ ଆଙ୍ଗଲୋ ଆରବିକ୍ ସ୍କୁଲ ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ କାକଟ ମଙ୍ଗଳା ସିଆର୍‌ସିସି ସଦାଶିବ ସାହୁ ଓ ଇଚ୍ଛାପୁର କ୍ଲଷ୍ଟରର ସିଆର୍‌ସିସି ସେକ୍ ମହମ୍ମଦ ଫୟାଜୁଦ୍ଦିନ୍ ଉଦ୍‌ଘାଟନ କରିଥିଲେ ।
ବିଜ୍ଞାନ ମେଳାରେ ସୂର୍ଯ୍ୟଗ୍ରହଣ ଓ ଚନ୍ଦ୍ରପରାଗ ପ୍ରକଳ୍ପ ପ୍ରଶଂସିତ ।


କେନ୍ଦ୍ରାପଡା, ୧୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ହାଇସ୍କୁଲ୍‌ ଛକରେ ଥିବା ଆପେକ୍ସ ଆଙ୍ଗଲୋ ଆରବିକ୍ ସ୍କୁଲ ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ କାକଟ ମଙ୍ଗଳା ସିଆର୍‌ସିସି ସଦାଶିବ ସାହୁ ଓ ଇଚ୍ଛାପୁର କ୍ଲଷ୍ଟରର ସିଆର୍‌ସିସି ସେକ୍ ମହମ୍ମଦ ଫୟାଜୁଦ୍ଦିନ୍ ଉଦ୍‌ଘାଟନ କରିଥିଲେ । ନିକିରାଇ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମହମ୍ମଦ ନସିମ୍ ଅକ୍ତର, ୧୩ ନମ୍ବର କାଉନ୍‌ସିଲର ସେକ୍ ଅସଲମ୍‌, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟର ଏପିଡି ଅବଦୁଲ୍ ରହେମାନ୍‌, ସିଏସେକ୍ ସଦାବୁଦ୍ଦିନ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଜ୍ଞାନ ମେଳାକୁ ବୁଲି ଦେଖିବା ସହ ସୂର୍ଯ୍ୟଗ୍ରହଣ ଓ ଚନ୍ଦ୍ର ପରାଗ ପ୍ରକଳ୍ପକୁ ପ୍ରଶଂସା କରିଥିଲେ । ଏହି ମେଳାରେ ୫୦ରୁ ଉର୍ଦ୍ଧ୍ୱ ବିଜ୍ଞାନ ମେଳା ପ୍ରଦର୍ଶିତ ହୋଇଥିଲା । ଏଥିରେ କନିଷ୍ଠ ଓ ବରିଷ୍ଠ ପ୍ରକଳ୍ପ ଗୁଡିକୁ ଚୟନ କରି ଅତିଥି ମାନେ ପୁରସ୍କୃତ କରିଥିଲେ । ସ୍କୁଲର ଅଧ୍ୟକ୍ଷା ସାଇରା ପରଓି୍ୱନ୍ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande