ଏସଏସଡି ବିଭାଗର ପାପ୍ ବୈଠକ ପାଲଟିଛି  ପ୍ରହସନ
ଏସଏସଡି ବିଭାଗର ପାପ୍ ବୈଠକ ପାଲଟିଛି  ପ୍ରହସନ
ଏସଏସଡି ବିଭାଗର ପାପ୍ ବୈଠକ ପାଲଟିଛି  ପ୍ରହସନ


ସମ୍ବଲପୁର, ୧୫ ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ଆଜି ଚାଲିଥିବା ଏସଏସଡି ବିଭାଗର ପାପ୍ ବୈଠକ ଶେଷରେ ପ୍ରହସନରେ ପରିଣତ ହୋଇଛି। ୧୧ ଟା ସ୍କୁଲରେ ପାଠ ପଢୁଥିବା ଛାତ୍ରୀ ଛାତ୍ରଙ୍କ ଅବିଭାବକ ସଂଖ୍ୟାରେ ବ୍ୟାପକ ଅନୀୟମିତତା ଦେଖିବାକୁ ମିଳିଛି । ସ୍କୁଲ କର୍ତ୍ତୃପକ୍ଷ ମାନଙ୍କ ହେୟଜ୍ଞାନ ଓ ଉଦାସୀନତା ଯୋଗୁଁ ଆଜିର ଅବିଭାବକଙ୍କ ଉପସ୍ଥାନ ୩୦ ପ୍ରତିଶତ ରୁ ଅଧିକ ହୋଇନଥିବା ଦେଖାଯାଇଛି। ନିୟମ ଅନୁଯାୟୀ ଆଜିର ଏହି ଅଭିଭାବକ ଆମ ଅଂଶୀଦାର (ପାପ୍) କାର୍ଯ୍ୟକ୍ରମରେ ଆବାସିକ ସ୍କୁଲର ଶତ ପ୍ରତିଶତ ଅଭିଭାବକ ଅବିଭାବିକ ଉପସ୍ଥିତ ରହିବା ନିହାତି ଆବଶ୍ୟକ ରହିଛି। ପିଲା ମାନଙ୍କ ଅସୁବିଧା, ସୁବିଧା, ପାଠ ପଢା, ପିଲାଙ୍କ ଉପସ୍ଥାନ, ପିଲା ମାନଙ୍କୁ ସୁରକ୍ଷା ଓ ସଂରକ୍ଷା ଦିଗରେ ଯତ୍ନବାନ ହେବା, ଜୀବନରେ କଣ କଲେ ଭଲ ମଣିଷ ହେବା,ପରାମର୍ଶ ପ୍ରଦାନ କରିବା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଦିଗ ଉପରେ ସମସ୍ତ ଅବିଭାବକ ମାନଙ୍କୁ ସାମିଲ କରେଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ସରକାର ସେଥିପାଇଁ ବ୍ଲକରେ ପରିଚାଳିତ ହେଉଥିବା ଜାମୁମାଲ ସେବାଶ୍ରମ, ବଞ୍ଜାରି ସେବାଶ୍ରମ, କଟଙ୍ଗପାଣି ସେବାଶ୍ରମ, ଭୋଜପୂର ଏସଏସଡି ଉଚ୍ଚ ବିଦ୍ୟାଳୟ, ଫାସିମାଲ କନ୍ୟାଶ୍ରମ, ଷଣ୍ଢପଥରରେ ଥିବା ସେବାଶ୍ରମ ସ୍କୁଲ, ଏସଏସଡି ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟିକିଲିପଡା କନ୍ୟାଶ୍ରମ, ଟିକିଲିପଡ଼ା ସେବାଶ୍ରମ,ବଡରମା ସେବାଶ୍ରମ ଆଦି ୧୧ ଟା ସ୍କୁଲରେ ଅନୁଦାନ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦିଗରେ କାର୍ଯ୍ୟ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସଫଳ କରିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ନୋଡାଲ ଅଫିସର ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ତଦାରଖ କରିବାକୁ ଚିଠି ସାଂଖ୍ୟ ୩୬୧୯/୪-୧୧-୨୦୨୫ ଚିଠିରେ ଉଲ୍ଲେଖ କରାଯାଇଛି। ସେହିପରି ବିଡ଼ିଓଙ୍କ ଚିଠି ସଂଖ୍ୟା ୬୧୪୦/୧୩-୧୧-୨୦୨୫ରେ ପ୍ରତ୍ୟେକ ସ୍କୁଲରେ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ପକେଇବାର ନିର୍ଦ୍ଦେଶ ରହିଛି। କିନ୍ତୁ ଭୋଜପୁର ଏସଏସଡି ବିଦ୍ୟାଳୟରେ ଏକ ମେଡ଼ିକାଲ ଷ୍ଟଲ ଛଡା ଅନ୍ୟ ଠାରେ କୌଣସି ଷ୍ଟଲ ପଡିନଥିବା ନେଇ ଅବିଭାବକ ମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଆଜି ଏହି କାର୍ଯ୍ୟକ୍ରମରୁ ବହୁ ଅଭିଭାବକ ଅଵିଭାବିକା ମାନେ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଏସଂକ୍ରାନ୍ତରେ ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶର୍ଯ୍ୟ ନାୟକଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଆଜି ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବାରୁ ଜମନକିରା ବ୍ଲକରେ ଚାଲୁଥିବା ପାପ୍ ମିଟିଂ ଗୁଡ଼ିକକୁ ତଦାରଖ କରି ପାରିନଥିଲି ବୋଲି ସଫେଇ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande