
ବଲାଙ୍ଗିର, 15 ନଭେମ୍ବର ( ହି.ସ.) -ଲୋଇସିଂହା ବ୍ଲକ ସମ୍ମିଳନୀ କକ୍ଷରେ ସ୍ଥାନୀୟ ସୁରସଂଗମ୍ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଭାବ ଚର୍ଚ୍ଚା ବିଷୟ ଭିତ୍ତିକ ସାରସ୍ୱତ ସମାରୋହ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନରେନ୍ଦ୍ର କୁମାର ହୋତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ଧର୍ମସିଂ ମିଶ୍ର, “ସୃଜନୀ” ସମ୍ପାଦକ ତଥା ଆଇନଜୀବୀ ଗୌରିଶଙ୍କର ସାହୁ, ନିଶାର ଅହମ୍ମଦ ନିଶାର ପ୍ରମୁଖ ଯୋଗଦେଇ ଥିଲେ । ପ୍ରାରମ୍ଭରେ ମା’ ସମଲେଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । କବି ନିଶାର ଅହମ୍ମଦ ନିଶାରଙ୍କ କବିତା ସଙ୍କଳନ “ଭାବ” ଉପରେ ଉପସ୍ଥିତ କବି ତଥା ଗବେଷକ ଚର୍ଚ୍ଚା କରିଥିବା ବେଳେ “ସୃଜନୀ” ପକ୍ଷରୁ ତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ସରୋଜ ମହାକୁର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋଶଳୀ କବି ସୁଶାନ୍ତ ବାଗଙ୍କ ଉପସ୍ଥାପନା ବେଶ ଉଚ୍ଚକୋଟିର ଥିଲା । ରାମଚନ୍ଦ୍ର ପଟେଲ, ଜ୍ୟୋତି ପ୍ରକାଶ ସାହୁ, ଦେବେନ୍ଦ୍ର ମିସ୍ତ୍ରୀ, ଲଳିତ ମୋହନ ବାରିକ, ବାସନ୍ତୀ ହନୁମାନ, ବ୍ରଜମୋହନ ବିଶୋଇ, ସରୋଜ ବିଶ୍ଵାଳ, ସାଲେଗ୍ରାମ୍ ହୋତା, ମଧୁସୂଦନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ