
ଜୟପୁର, 15 ନଭେମ୍ବର (ହି.ସ.) ଜୟପୁର ଟାଉନଥାନାରେଏକ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି l ଅଭିଯୋଗ କୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସ ସୂଚନା ଅନୁଯାୟୀ ଜୟପୁର ଗଙ୍ଗାନଗର ଅଞ୍ଚଳର ପ୍ରଦୀପ ସି˚ ନାମକ ଏକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି l ଏନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗକୁ ଭିତ୍ତିକରି ଟାଉନ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଟାଉନଥାନା ଏସଆଇ ରାଜେନ୍ଦ୍ର ପାଙ୍ଗି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି