ପୁରୁଣାଗୁମ୍ମା ବାଳିକା ଉଚ୍ଚ ବିଦ୍ୟାଳୟରେ ଜନଜାତିୟ ଗୈାରବ ଦିବସ ପାଳିତ
ମାଲକାନଗିରି, ୧୫ ନଭେମ୍ବର (ହି.ସ.) ଖଇରପୁଟ ବ୍ଳକ କୁଡୁମୁଲୁଗୁମ୍ମା ନିକଟସ୍ଥ ପୁରୁଣାଗୁମ୍ମା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମହାନ୍ ସ୍ୱତନ୍ତ୍ରତା ସେନାନୀ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ସହିତ ଅଭି ଭାବକ ଓ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ
ପୁରୁଣାଗୁମ୍ମା ବାଳିକା ଉଚ୍ଚ ବିଦ୍ୟାଳୟରେ ଜନଜାତିୟ ଗୈାରବ ଦିବସ ପାଳିତ


ମାଲକାନଗିରି, ୧୫ ନଭେମ୍ବର (ହି.ସ.) ଖଇରପୁଟ ବ୍ଳକ କୁଡୁମୁଲୁଗୁମ୍ମା ନିକଟସ୍ଥ ପୁରୁଣାଗୁମ୍ମା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମହାନ୍ ସ୍ୱତନ୍ତ୍ରତା ସେନାନୀ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ସହିତ ଅଭି ଭାବକ ଓ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ବିଶ୍ୱାଳ ସଭାପତିତ୍ୱ କରିଥିଲା ବେଳେ , ମୁଖ୍ୟ ଅତିଥି ଭାବେ କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗଣେଶ ପ୍ରସାଦ ଦାଶ, ମୁଖ୍ୟବକ୍ତା ବାଳକୃଷ୍ଣ ପ୍ରଧାନ, ସମ୍ମାନିତ ଅତିଥି ସିମାଞ୍ଚଳ ବିଶ୍ୱାଳ, ଭଗବାନ ସାହୁ, ହିମାଂଶୁ ଶେଖର ସ୍ୱାଇଁ, ଦିଲ୍ଲୀପ କୁମାର ଦାସ , ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଲକ୍ଷ୍ମୀ ମାଝୀ, ସଦସ୍ୟ ଶ୍ୟାମସୁନ୍ଦର ମାଝୀ ଓ ସୁଖିରାମ ସଗରୀଆ ପ୍ରମୁଖ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଠାକୁର ଜଗନ୍ନାଥଙ୍କ ତୈଳଚିତ୍ର ପୁଜାର୍ଚ୍ଚନା ସହିତ ସହୀଦ ବିର୍ସା ମୁଣ୍ଡାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଏହାପରେ ବିଦ୍ୟାଳୟ ର ବାଳିକା ମାନେ ଜଗନ୍ନାଥଙ୍କ ଭଜନ ଉପରେ ଆଧାରିତ ଏକ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ବିଶ୍ୱାଳ ବିଦ୍ୟାଳୟ ର ବିଭିନ୍ନ କୃତକାର୍ଯ୍ୟ ଓ ସମସ୍ୟା ମାନଙ୍କ ବିଷୟରେ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ସମସ୍ତ ଅତିଥି ମାନେ ନିଜ ନିଜର ଅଭିଭାଷଣରେ ସହୀଦ ବିର୍ସା ମୁଣ୍ଡାଙ୍କ ଜୀବନୀ, ତାଙ୍କର ଅଦମ୍ୟ ସାହସ ଓ ଇଂରେଜ ଶାସନ କାଳର ଅନ୍ୟାୟ ଅନିତି ବିରୁଦ୍ଧରେ ସ୍ୱର ଉତ୍ତୋଳନ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହାପରେ ବିଦ୍ୟାଳୟ ର ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରତିଯୋଗୀତାର କୃତକାର୍ଯ୍ୟ ହେଉଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା, ତା ମଧ୍ୟରୁ ବରିଷ୍ଟ ବର୍ଗର ତର୍କ ପ୍ରତିଯୋଗିତାରେ ସବିତା ପେଦା ଓ କନିଷ୍ଠ ବର୍ଗରେ ଶାନ୍ତିପ୍ରିୟ ଗୁଡିଆ , ସାଧାରଣ ଜ୍ଞାନରେ ଅଞଳି ମାଡକାମୀ ଓ ତୁଳସୀ ଶିଷା , ରଙ୍ଗୋଲି ଚିତ୍ର ପ୍ରତିଯୋଗିତାରେ ଅଞନା ଦିସାରୀ ଓ ସୁମିତା ମାଢୀ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଶେଷରେ ଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ ଯାହାକୁ ସମସ୍ତ ଅତିଥି, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ଅଣଶିକ୍ଷା କର୍ମଚାରୀ ଓ ପରିଚାଳନା ପରିଷଦର ସଭ୍ୟ ସଭ୍ୟାମାନେ ମନଭରି ଉପଭୋଗ କରିଥିଲେ । ଶିକ୍ଷକ ବିଭୁପଦ ସାହୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଓ ଶବ୍ଦ ସଞ୍ଚାଳନ କରିଥିଲେ ।

-----------

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande