
ଜୟପୁର, ୧୫ ନଭେମ୍ବର (ହି.ସ.)-ଓଡ଼ିଶା ସରକାରଙ୍କ ଅନୁସୁଚିତ ଜାତି ଓ ଜନଜାତି, ପଛୁଆବର୍ଗ, ସଂଖ୍ୟା ଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗର ନିର୍ଦେଶ କ୍ରମେ ଜନଜାତି ଗୈାରବ ଦିବସ ଜୟପୁର ବ୍ଲକ ବାଲିଆ ଆଶ୍ରମ ବିଦ୍ୟାଳୟ ଠାରେ ଅଭିଭାବକମାନଙ୍କର ସହ ଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାର ପ୍ରଗତି ଓ ବିଦ୍ୟାଳୟ ଓ ଛାତ୍ରାବାସର ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା l ଛାତ୍ର ଛାତ୍ରୀ ମାନଙ୍କର ପୋଷଣ ଓ ସ୍ବାସ୍ଥ୍ୟର ସଶକ୍ତିକରଣ ସମ୍ପର୍କରେ ଆଲୋଚନା, ଛାତ୍ରଛାତ୍ରୀ ମାନଙ୍କର ନିରାପତ୍ତା ଓ ସୁରକ୍ଷା ସମ୍ପର୍କରେ ସଚେତନତା, ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅଭିଭାବକ ମାନଙ୍କର ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁବାସିନି ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖାର ସଭାପତି ଶଶୀ ଭୂଷଣ ଦାସ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଦିଗ୍ ଦର୍ଶନ ଦେବା ସହିତ ଅଭିଭାବକ ମାନଙ୍କୁ ସଚେତନ କରାଇଥିଲେ l ବାଲିଆ ସରପଞ୍ଚ ସରସ୍ବତୀ ମାଝୀ, ବିଦ୍ୟାଳୟ କମିଟି ସଭ୍ୟ ସୁନାଧର ଗାଦବା, ଜୟପୁର ବ୍ଲକ ଡିଡବ୍ଲୁଓ ଆଭା ପ୍ରଧାନ, ଶ୍ରୀ ବଲ୍ଲଭ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l ଶିକ୍ଷକ ଭବାନି ନାୟକ, ଶିକ୍ଷୟିତ୍ରୀ ରଜନି ଦାଶ୍, ସ୍ନେହାଞ୍ଜଳି ରଥ, ଦିପ୍ତି ମହାନ୍ତି, ସହାୟିକା ପି ଆଶା ପରିଚାଳନା ଦାୟିତ୍ବରେ ରହିଥିଲେ lକୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ପ୍ରଧାନ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି