ଜାତୀୟ ସ୍ତର ଜୁଡୋ ରେ ଯୋଗ ଦେବେ ପାହାଡି ଇଲାକା ର ଦୁଇ ବଣ ମଲ୍ଲି
ମାଲକାନଗିରି,୧୫ ନଭେମ୍ବର (ହି.ସ.)ଖଇରପୁଟ ବ୍ଲକ୍‌ ବଣ୍ଡାଘାଟୀ ମୁଦୁଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ବଡପଡା ଗ୍ରାମର ବଣ୍ଡା ଜନଜାତି ପରିବାରର ଛାତ୍ର ଵିନୋଦ ଚଲାନ। ସେହିପରି ଗୋବିନ୍ଦପାଲି ପଞ୍ଚାୟତ ଅନ୍ତର୍ଗତ ସୋମାକୁଣ୍ଡ ଗ୍ରାମର ଆଦିବାସୀ ପରିବାରର ଛାତ୍ର ମହେଶ ହନ୍ତାଳ ଦୁହିଙ୍କ ବୟସ ୧୩ ବର୍ଷ! କୁମୁ
ଜାତୀୟ ସ୍ତର ଜୁଡୋ ରେ ଯୋଗ ଦେବେ ପାହାଡି ଇଲାକା ର ଦୁଇ ବଣ ମଲ୍ଲି


ମାଲକାନଗିରି,୧୫ ନଭେମ୍ବର (ହି.ସ.)ଖଇରପୁଟ ବ୍ଲକ୍‌ ବଣ୍ଡାଘାଟୀ ମୁଦୁଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ବଡପଡା ଗ୍ରାମର ବଣ୍ଡା ଜନଜାତି ପରିବାରର ଛାତ୍ର ଵିନୋଦ ଚଲାନ। ସେହିପରି ଗୋବିନ୍ଦପାଲି ପଞ୍ଚାୟତ ଅନ୍ତର୍ଗତ ସୋମାକୁଣ୍ଡ ଗ୍ରାମର ଆଦିବାସୀ ପରିବାରର ଛାତ୍ର ମହେଶ ହନ୍ତାଳ ଦୁହିଙ୍କ ବୟସ ୧୩ ବର୍ଷ! କୁମୁଟିଗୁଡ଼ା ବିଦ୍ୟାଳୟର ଶ୍ରେଣୀ୮ ଛାତ୍ର, ଏବେ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ସାଜିଛନ୍ତି।

ଦୂହେଁ ପିଲାଦିନୁ ନିଜ ପିତା ମାତାଙ୍କୁ ଙ୍କୁ ଦେଖି ନାହାଁନ୍ତି ବିଭିନ୍ନ ଅଭାବ ଅନାଟନ ରୁ ବାହାରି, ଵିନୋଦ ଏଵଂ ମହେଶ ନିଜ ଜୀବନରେ କିଛି ଅଲଗା କରି ଦେଖେଇବାକୁ ଦୃଢ ସଂକଳ୍ପ ନେଇଛନ୍ତି।

ତାଙ୍କ ସ୍ବପ୍ନକୁ ଡେଣା ଦେଇ ସାକାର କରିବାରେ ଆଓମା ଗୁରୁକୁଳ ଏଵଂ ଜୁଡୋ ଆଶ୍ସୋସିଏସନ ଅଫ ମାଲକାନଗିରି ର ସମସ୍ତ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି, ଯେଉଁଠାରେ ସେମାନେ ରହି ପାଠପଢ଼ା ସହିତ ଖେଳ ଓ ବିଭିନ୍ନ କାର୍ଯ୍ୟକଳାପରେ ନିଜ ପାରଦର୍ଶିତା ପ୍ରଦର୍ଶନ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଵିନୋଦ ଏବଂ ମହେଶ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ସବ -ଜୁନିୟର ଜୁଡୋ ଚାମ୍ପିୟନସିପ ରେ ସ୍ଵର୍ଣ୍ଣ ପଦକ ଅର୍ଜନ କରି ଜିଲ୍ଲା ଓ ବିଦ୍ୟାଳୟର ନାମ ଉଜ୍ଜ୍ୱଳ କରିଛନ୍ତି।

ଏବେ ଜୁଡୋ ଖେଳ ରେ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ର ଲାଲ ବାହାଦୁର ଷ୍ଟାଡିୟମ ଠାରେ ଚଳିତ ମାସ ୧୬ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ଜୁଡୋ ଫେଡରେଶନ ଅଫ ଇଣ୍ଡିଆ ର ତତ୍ୱବୋଧନ ରେ ଆୟୋଜିତ ହେବାକୁ ଥିବା ଜାତୀୟ ସବ ଜୁନିୟର ଜୁଡୋ ଚାମ୍ପିୟନସିପ ୨୦୨୫ରେ ଅଂଶଗ୍ରହଣ କରିବେ। ଓଡ଼ିଶା ସବଜୁନୀୟର ବିଭାଗ ର ଅନ୍ୟ ଖେଳାଳୀ ଙ୍କ ସହିତ ବିନୋଦ ନିଜର -୪୦ ଏଵଂ ମହେଶ -୩୦ ଓଜନ କ୍ୟଟେଗୋରୀ ରେ ଖେଳିବେ।

ମାଲକାନଗିରି ଅଞ୍ଚଳର ଗର୍ବ ହୋଇଥିବା ଵିନୋଦ ଚାଲାନ୍ ଏଵଂ ମହେଶ ହନ୍ତାଳ ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟ ର ନାମ ଉଜ୍ଜ୍ୱଳ କରିବେ ବୋଲି ସମସ୍ତଙ୍କ ଆଶା।

ଉକ୍ତ ଦୁଇ ଖେଳାଳୀ ଏଵଂ ସହଯୋଗୀ ଆଜି ହାଇଦରାବାଦ ଗସ୍ତ କରିଛନ୍ତି, ତାଙ୍କ ଗସ୍ତ ନିମନ୍ତେ ନବକୃଷ୍ଣ ସରକାର ସହଯୋଗ ପ୍ରଦାନ କରିଥିଲେ।

ଏହି ଖୁସି ଖବର ଶୁଣି ଜିଲ୍ଲା ପରିଷଦ ସିଡିଓ କମ ଇଓ ନରେଶ ଚନ୍ଦ୍ର ଶବର ଏଵଂ କାର୍ଯ୍ୟଳୟ ର ସମସ୍ତ ଅଧିକାରୀ ଙ୍କ ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ଆଓମା ଗୁରୁକୁଳ ଆଉ ଜୁଡୋ ଆଶ୍ସୋସିଏସନ ଅଫ ମାଲକାନଗିରି ର ରତ୍ନାକର ଦାଶ, ଚିନା ରାଓ ଏଵଂ ସମସ୍ତ ସଦସ୍ୟ ଶୁଭ କାମନା ଜଣାଇବା ସହିତ ସଫଳତା କାମନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande