
ପୁରୀ, , 15 ନଭେମ୍ବର (ହି.ସ.)-ପୁରୀ ପୋଲିସ ପକ୍ଷରୁ ସମୁଦ୍ରତଟୀୟ ସୁରକ୍ଷାକୁ ସୁଦୃଢ଼ କରିବା, ଲୋକମାନଙ୍କ ସହ ପୋଲିସ ସମ୍ପର୍କକୁ ବୃଦ୍ଧି କରିବା ଓ ସଚେତନତା ବୃଦ୍ଧିକୁ ଲକ୍ଷ୍ୟ କରି କୋଷ୍ଟାଲ୍ ସିକ୍ୟୁରିଟି କମ୍ୟୁନିଟି ପୋଲିସିଙ୍ଗ୍ କାର୍ଯ୍ୟକ୍ରମ ଶନିବାର ଚନ୍ଦ୍ରଭାଗା ମେରାଇନ ପୋଲିସ ଷ୍ଟେସନ୍ରେ ଆୟୋଜିତ ହୋଇଯାଇଛି । ସମୁଦ୍ରତଟୀୟ ଅଞ୍ଚଳର ଲୋକଙ୍କୁ ସଚେତନ କରିବା, ବିପଦ ସମୟରେ ସ୍ଥାନୀୟଙ୍କ ସହଯୋଗ ବୃଦ୍ଧି କରିବା, ଯୁବ ସମାଜରେ ସ୍ପୋର୍ଟସ୍ ଓ ସାଂସ୍କୃତିକ ମନୋଭାବ ଗଢ଼ି ତୋଳିବା, ପୋଲିସ ଓ ପବ୍ଲିକ୍ ସମ୍ପର୍କକୁ ଦୃଢ କରିବା ସମ୍ପକରେ ପ୍ରତିଯୋଗିତା କରାଯାଇଥିଲା । ଖେଳରେ ଭଲିବଲ୍ ମ୍ୟାଚ୍ ସ୍ଥାନୀୟ ଯୁବମାନଙ୍କ ମଧ୍ୟରେ ଉତ୍ସାହଜନକ ଖେଳ, ଚିତ୍ରକଳା ପ୍ରତିଯୋଗିତା, ପିଲାମାନେ ସମୁଦ୍ର, ପରିବେଶ, ପୁଲିସିଙ୍ଗ୍ ଆଦି ବିଷୟରେ ଅଦ୍ଭୁତ ଚିତ୍ର ପ୍ରସ୍ତୁତ କରିଥିଲେ। ଗୀତ ଓ ନୃତ୍ୟ ପ୍ରତିଯୋଗିତା ସ୍ଥାନୀୟ ସଂସ୍କୃତିକୁ ଅନୁଭବ କରାଇଥିବା ଅନେକ ପ୍ରଦର୍ଶନ କରିଥିଲେ । କଳା ଓ ସାହିତ୍ୟ ମଞ୍ଚ ପିଲାମାନେ ତାଙ୍କ ସ୍ୱରଚିତ କବିତା ଓ ଭାଷଣ ଦେଇଥିଲେ । ସମସ୍ତ ପ୍ରତିଯୋଗିମାନେ ଉତ୍ସାହର ସହିତ ଯୋଗଦେଇ, ଯାହା ସମାଜରେ ଏକ ସ୍ୱସ୍ଥ ସଂସ୍କୃତିକ ପରିବେଶ ସୃଷ୍ଟି କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ଥାନୀୟ ଆବଶ୍ୟକତାପୂର୍ଣ୍ଣ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ବିଭିନ୍ନ ସ୍କୁଲର ଓ ଯୁବକ ଓ ଯୁବତୀଙ୍କୁ ସଙ୍ଗୀତ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସ୍ୱାସ୍ଥ୍ୟ ଶିବିରରେ ଶତାଧିକ ଲୋକଙ୍କୁ ଚିକିତ୍ସା, ପରୀକ୍ଷା ଓ ଔଷଧ ସେବା ଯୋଗାଇ ଦିଆଯାଇଥିଲା । ଏହି ପ୍ରୟାସ ଦ୍ୱାରା ସମୁଦ୍ରତଟୀୟ ଅଞ୍ଚଳର ସମାଜକୁ ସଜାଗ, ସୁସ୍ଥ ଓ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ସଚିନ ପଟେଲ, ନିମାପଡା ଏସଡିପିଓ ଜନାର୍ଦ୍ଦନ ପାଢୀ, ଅସିଷ୍ଟାଣ୍ଟ ଫିଶରି ଅଫିସର ସୁବୀତ ପଟେଲ, ସୁତନ ହେଡ଼ମାଷ୍ଟର ସୁରେନ୍ଦ୍ରନାଥ ପାଢୀ, ରାମଚଣ୍ଡୀ ଥାନା ଆଇଆଇସି ଓ ଚନ୍ଦ୍ରଭାଗା ମେରାଇନ ଥାନା ଆଇଆଇସି ଅତିଥି ଭାବେ ଯୋଗଦେଇ କମ୍ୟୁନିଟି ପୋଲିସିଙ୍ଗ୍ର ଗୁରୁତ୍ୱ, ସମୁଦ୍ର ସୁରକ୍ଷା, ବିପଦ ପ୍ରବନ୍ଧନ ଓ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋକପାତ କରିଥିଲେ। ପୁରୀ ପୋଲିସ ଦ୍ୱାରା ଏହା ଯୁବ ସଶକ୍ତିକରଣ, ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧା ବୃଦ୍ଧି ପାଇଁ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦ୍ବାରା ସମାଜ ସହ ପୋଲିସ ମଧ୍ୟରେ ବିଶ୍ୱାସ, ସମ୍ପର୍କ ଓ ସହଯୋଗକୁ ଆହୁରି ମଜବୁତ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ