
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ
ବାର୍ଷିକୀ। ଜନ୍ମ ବାର୍ଷିକୀରେ ବିଧାନସଭା ପରିସରରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ
ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୁଖ୍ୟମନ୍ତ୍ରୀଙ୍କ ସମେତ
ବାଚସ୍ପତି ସୁରମା ପାଢୀ,ଏକାମ୍ର ବିଧାୟକ ବାବୁ ସିଂ,ଧର୍ମଶାଳା ବିଧାୟକ
ଲିକୁ ସାହୁ , ଭଟିଲି ବିଧାୟକ ଇରାସିସ ଆଚାର୍ଯ୍ୟ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ
କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀ ଜନନାୟକ
ବିର୍ସା ମୁଣ୍ଡା। ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସରେ ଜଣେ ପରିଚିତ ନାଁ। ସ୍ୱାଧୀନତା
ସଂଗ୍ରାମରେ ବିର୍ସା ମୁଣ୍ଡା ଥିଲେ ପ୍ରାଣଦାୟୀ ଯୋଦ୍ଧା। ତାଙ୍କର ଜନ୍ମ ଦିନକୁ ସମ୍ପୁର୍ଣ୍ଣ
ଭାରତ ବର୍ଷରେ ପାଳନ କରିବା ପାଇଁ ଗତ ୨୦୨୩ ମସିହା ନଭେମ୍ବର ୧୫ ତାରିଖରେ ଜାତୀୟ ଜନଜାତି ଗୌରବ
ଦିବସ ଭାବରେ ପାଳନ କରାଯାଉଛି। ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ
କରିଛନ୍ତି ଓଡ଼ିଶାର ରାଉଲକେଲାରେ ମଧ୍ୟ କାର୍ଯ୍ୟକ୍ରମ କରାଯିବ। ଆସନ୍ତାକାଲି ମଧ୍ୟ ଭାଇଜାକ
ନିକଟରେ କାର୍ଯ୍ୟକ୍ରମ ରହିଛି । ସେଠାରେ ମଧ୍ୟ ଯୋଗ ଦେବି । ବ୍ରିଟିଶ ଶାସନ ବିରୋଧରେ ସେ ଯେଉଁଭଳି
ସଂଗ୍ରାମ କରିଥିଲେ , ସମ୍ପୂର୍ଣ୍ଣ ଭାବରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ
। ତାଙ୍କ ଜନ୍ମ ଜୟନ୍ତୀରେ ତାଙ୍କର ଅନ୍ୟାୟ ବିରୁଦ୍ଧରେ ସଂଘର୍ଷକୁ ମନେ ପକାଉଛି ସାରା ଦେଶ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା