
ଧର୍ମଶାଳା, ୧୫ ନଭେମ୍ବର (ହି.ସ.)- ଯାଜପୁର ଜିଲା ଜେନାପୁର ଥାନା ଅଂଚଳରେ ଅଘଟଣ । ବନ୍ଧା ପଲିଥିନରୁ ଜଣେ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇ ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଜେନାପୁର ଥାନା ଅନ୍ତର୍ଗତ ଅଂଟିଆ ଗାଁ ନିକଟରୁ । ଆଜି ସକାଳେ ଅଂଟିଆ ଗାଁ ରାସ୍ତା ଉପରେ ଏକ ମୁହଁ ବନ୍ଧା ପଲିଥିନ ପଡିଥିବା ସ୍ଥାନୀୟ ଲୋକେ ଦେଖି ଭୟଭିତ ହୋଇପଡିଥିଲେ । ତେବେ ପଲିଥିନ ଭିତରେ କ'ଣ ଅଛି ତାହାକୁ ନେଇ ସନ୍ଦେହ ହୋଇଥିଲା । ଏହି ଘଟଣାକୁ ନେଇ ଜେନାପୁର ଥାନାକୁ ଖବର ଦିଆଯାଇଥିଲା । ପୁଲିସ ମୁହଁ ବନ୍ଧା ପଲିଥିନକୁ ଖୋଲି ଥିଲା । ତେବେ ଏହା ଭିତରେ ଜଣେ ନବଜାତ ଶିଶୁପୁତ୍ରର ମୃତଦେହ ଥିବା ଜଣାପଡିଥିଲା । ଥାନାରେ ଏକ ମାମଲା ରୁଜୁ କରି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲା ପୋଲିସ । ତେବେ କିଏ ଓ କେଉଁ ପରିସ୍ଥିତିରେ ଏଭଳି ଅମାନୁଷିକ ଘଟଣା ଘଟାଇଥିଲା ସେନେଇ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ