
ପୁରୀ, ୧୫ ନଭେମ୍ବର (ହି.ସ.)- ଓଡିଶାର ନୂଆପଡା ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟ ହୋଇଛନ୍ତି । ଶନିବାର ପୂର୍ବାହ୍ନରେ ସପରିବାର ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କରି ଫେରିବା ପରେ ସିଂହଦ୍ଵାର ଠାରେ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ବିଜୟ ପାଇଁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଛି । ନୂଆପଡା ବାସୀଙ୍କ ଭଲ ପାଇବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ଯ କର୍ମକର୍ତ୍ତା, ଜିଲ୍ଲା କର୍ମକର୍ତ୍ତାଙ୍କ ସହଯୋଗ ଯୋଗୁ ଏହି ବିପୁଳ ବିଜୟ ହାସଲ କରିଥିଲେ । ନୂଆପଡା ବାସୀଙ୍କ ବିକାଶ ସହ ମଙ୍ଗଳକାମନା କରିଥିଲେ । ନୂଆପଡା ବାସୀଙ୍କ ପୂର୍ଣ୍ଣ ଉନ୍ନତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଉପନିର୍ବାଚନରେ ଏହି ବିଜୟ ଡବଲ ଇଞ୍ଜିନ ସରକାର ଦ୍ବାରା ନୂଆପଡା ବିକଶିତ ହେବ ।
ଏହି ଦର୍ଶନ ସମୟରେ ସାଂସଦ ଡା. ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସେବାୟତ ମଧୁସୂଦନ ସିଂହାରୀ, ଜିଲ୍ଲା ସଭାପତି ଡାକ୍ତର ଦେବେନ୍ଦ୍ର ନାଥ ତରାଇ, ଯୁବନେତା ଜୟନ୍ତ ଦାଶ, ସତରୂପା ମିଶ୍ର ଓ ବିଜେପି ବରିଷ୍ଠ କର୍ମକର୍ତ୍ତା ଓ ସମର୍ଥକ ମାନେ ସ୍ବାଗତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ