
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ବିଜେଡିର ଶୋଚନୀୟ ପରାଜୟକୁ ନେଇ ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ
ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆମେ ଆଶାବାଦୀ ଥିଲୁ ନୂଆପଡ଼ା ରେ ଭଲ ହେବ
। ନବୀନ ବାବୁଙ୍କ ଲୋକପ୍ରିୟତା ହ୍ରାସ ପାଇନଥିବା ବେଳେ ଦଳ କାହିଁକି ହାରିଲା ତାର ଆତ୍ମ
ସମୀକ୍ଷା କରିବା ଦରକାର । ଆମେ ପରାଜୟଟାକୁ ଉତ୍ଥାନ ପତନ ବୋଲି ନଧରି ସମୀକ୍ଷା କରିବା ଦରକାର ।
ନବୀନ ବାବୁ ପାର୍ଟି ସୁପ୍ରିମୋ ଭାବେ ସେ ତାର ସମୀକ୍ଷା କରନ୍ତୁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା