ରଥଯାତ୍ରା ବନ୍ଦ ପରିପ୍ରେକ୍ଷୀରେ ପୁରୀ ବନ୍ଦ ଡାକରା ମାମଲାରେ ସମସ୍ତେ ନିର୍ଦ୍ଦୋଷରେ ଖଲାସ
ପୁରୀ, ୧୫ ନଭେମ୍ବର (ହି.ସ.)- ମାନ୍ୟବର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଲିଶା ପଟ୍ଟନାୟକ, ଶ୍ରୀମନ୍ଦିର ଥାନା ଏତଲା ନଂ ୪୯/୨୦୨୦ ଧାରା ୧୮୮,୩୪ ଭାରତୀୟ ଦଣ୍ଡବିଧି ଆଇନ ୧୮୬୦ ତଥା ଧାରା ୫୧(ବି) ବିପର୍ଯ୍ୟୟ ପରିଚାଳନା ଆଇନ ୧୯୫୧ ଏବଂ ଧାରା ୩ ମହାମାରୀ ରୋଗ ଆଇନ ୧୮୯୭ ରେ ଏକ କେସ ରୁଜୁ
ରଥଯାତ୍ରା ବନ୍ଦ ପରିପ୍ରେକ୍ଷୀରେ ପୁରୀ ବନ୍ଦ ଡାକରା ମାମଲାରେ ସମସ୍ତେ ନିର୍ଦ୍ଦୋଷରେ ଖଲାସ


ପୁରୀ, ୧୫ ନଭେମ୍ବର (ହି.ସ.)- ମାନ୍ୟବର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଲିଶା ପଟ୍ଟନାୟକ, ଶ୍ରୀମନ୍ଦିର ଥାନା ଏତଲା ନଂ ୪୯/୨୦୨୦ ଧାରା ୧୮୮,୩୪ ଭାରତୀୟ ଦଣ୍ଡବିଧି ଆଇନ ୧୮୬୦ ତଥା ଧାରା ୫୧(ବି) ବିପର୍ଯ୍ୟୟ ପରିଚାଳନା ଆଇନ ୧୯୫୧ ଏବଂ ଧାରା ୩ ମହାମାରୀ ରୋଗ ଆଇନ ୧୮୯୭ ରେ ଏକ କେସ ରୁଜୁ ହୋଇଥିଲା ।୨୦୨୦ ମସିହା ଜୁନ ୧୮ ତାରିଖରେ ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀର ଆବାହକ ସ୍ବାଧୀନ କୁମାର ପଣ୍ଡାଙ୍କ ନେତୃତ୍ବରେ ଆନ୍ଦୋଳନ କରାଯାଇଥିଲା ଏବଂ ଏଥିରେ ପୁରୀ ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା ‌। ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ବିକ୍ଷୋଭ ଆରମ୍ଭ କରିବା କାରଣରୁ ସିଂହଦ୍ଵାର ଥାନାର ତତ୍କାଳୀନ ଆଇଆଇସି ଗେଲି କୁମାରୀ ସାହୁ ଏକ ମୋକଦ୍ଦମା ରୁଜ୍ଜୁ କରିଥିଲେ । ଯାହାର ବିଚାର କରି ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ୫ ଜଣଙ୍କ ଭିନ୍ନ ଭିନ୍ନ ସାକ୍ଷ୍ୟ ଗ୍ରହଣ କରିଥିଲେ । ଏଥିରେ ଅଭିଯୁକ୍ତ ମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ରାୟ ପ୍ରକାଶ ପାଇଛି । ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ରାମଚନ୍ଦ୍ର ସାହୁ , ଶିବାନନ୍ଦ ପାତ୍ର,ମନୋରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ସରକାରୀ ଓକିଲ ରାମଚନ୍ଦ୍ର ଜେନା ଓ ସୋମନାଥ ବେହେରା ମାମଲା ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande