ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ମେଳା : ବିଜ୍ଞାନ ଜ୍ଞାନର ଅନ୍ଧାରକୁ ଦୂର କରେ
ଧର୍ମଶାଳା, ୧୫ ନଭେମ୍ବର (ହି.ସ.)- ବିଜ୍ଞାନ ଜ୍ଞାନର ଅନ୍ଧାରକୁ ଦୂର କରେ । କିଛି ନୂଆ କରିବାକୁ ପ୍ରେରଣା ଯୋଗାଇ ଥାଏ । ଶିଶୁମାନଙ୍କ ବୌଦ୍ଧିକ ବିକାଶ ବିଜ୍ଞାନ ମେଳା ଏକ ବଡ ମାଧ୍ୟମ ବୋଲି ଅତିଥିମାନେ ବିଜ୍ଞାନ ମେଳାରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଯାଜପୁର ଜିଲା ବ୍ରହ୍ମବରଦା ସ୍ଥିତ ବିବେକାନନ୍ଦ
ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବିଜ୍ଞାନ ମେଳା : ବିଜ୍ଞାନ ଜ୍ଞାନର ଅନ୍ଦାରକୁ ଦୂର କରେ


ଧର୍ମଶାଳା, ୧୫ ନଭେମ୍ବର (ହି.ସ.)- ବିଜ୍ଞାନ ଜ୍ଞାନର ଅନ୍ଧାରକୁ ଦୂର କରେ । କିଛି ନୂଆ କରିବାକୁ ପ୍ରେରଣା ଯୋଗାଇ ଥାଏ । ଶିଶୁମାନଙ୍କ ବୌଦ୍ଧିକ ବିକାଶ ବିଜ୍ଞାନ ମେଳା ଏକ ବଡ ମାଧ୍ୟମ ବୋଲି ଅତିଥିମାନେ ବିଜ୍ଞାନ ମେଳାରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଯାଜପୁର ଜିଲା ବ୍ରହ୍ମବରଦା ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ଏକ ଦିବସୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟା ସରୋଜିନୀ ବେହେରାଙ୍କ ତତ୍ଵାବଧାନରେ ଅତିଥିଭାବେ ରସୁଲପୁର ବ୍ଲକ ଶିକ୍ଷାଧିକାରୀ ପ୍ରଭଞ୍ଜନ ପତି, ବରିଷ୍ଠ ମୁରବୀ ବିପିନ ବିହାରୀ ଦେଓ, ଶିକ୍ଷାବିତ୍ ଆଲାଉଦ୍ଧିନ ଖାଁ, ବନ୍ଧଡିହ କ୍ଲଷ୍ଟର ସିଆରସିସି ବିଜୟ ଦାସ, ସାମାଜିକ କର୍ମୀ ମଂଟୁ ଦାସ, ଯୁବନେତା ପ୍ରଦୀପ ଦାସ ଓ ପ୍ରପୁଲ୍ଲ ଗିରି ପ୍ରମୁଖ ଯୋଗଦେଇ ଏହି ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପ୍ରଦର୍ଶିତ କରାଯାଇଥିବା ପ୍ରକଳ୍ପକୁ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାକେନ୍ଦ୍ରର ଶିକ୍ଷକ ନିଶିକାନ୍ତ ପଣ୍ଡା, ଅମ୍ବରିଶ ସାହୁ, ନିମାଇଁ ଚରଣ ପତି, ପଦ୍ମଲୋଚନା ସାହୁ, ଦେବଦତ ମହାରଣା, ସେକ୍ ନିଦିମ୍ ଅକ୍ତର, ନିହାର କୁମାର ଜେନା, ସସ୍ମିତା ବେହେରା, କନକଲତା ବେହେରା, ସୋନାଲି ଜେନା, ସ୍ମିତା ମହାନ୍ତି, ତପସ୍ୱୀନୀ ବେହେରା, ସୁଜାତା ନାୟକ, ଅନିତା ସାହୁ, ମନୋରମା ସାହୁ, ପୁଷ୍ପଲତା ସିଂଙ୍କ ସମେତ ସମସ୍ତ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande