ପ୍ରକାଶ ପାଇଲା ସ୍ପେଶାଲ୍ ଓଟିଇଟି ରେଜଲ୍ଟ
ଭୁବନେଶ୍ୱର, ୧୫ ନଭେମ୍ବର (ହି.ସ)- ସ୍ପେଶାଲ୍ ଓଟିଇଟି-୨୦୨୫ ରେଜଲ୍ଟ ଶନିବାର ପ୍ରକାଶ ପାଇଛି। ମୋଟ ୭୨,୪୧୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୋଟ୍ ପାସ୍ ହାର ୬୬.୫୦ ପ୍ରତିଶତ ରହିଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପେପର-୧ରେ
ପ୍ରକାଶ ପାଇଲା ସ୍ପେଶାଲ୍ ଓଟିଇଟି ରେଜଲ୍ଟ


ଭୁବନେଶ୍ୱର, ୧୫ ନଭେମ୍ବର (ହି.ସ)- ସ୍ପେଶାଲ୍ ଓଟିଇଟି-୨୦୨୫ ରେଜଲ୍ଟ ଶନିବାର ପ୍ରକାଶ ପାଇଛି। ମୋଟ ୭୨,୪୧୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୋଟ୍ ପାସ୍ ହାର ୬୬.୫୦ ପ୍ରତିଶତ ରହିଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପେପର-୧ରେ ୧୨ହଜାର ୯୮୮ଜଣ କୃତକାର୍ଯ୍ୟ ହୋଇଥିବା େବେଳେ ପାସ୍ ହାର ୪୭.୧୭% ରହିଛି। ସେହିପରି ପେପର-୨ରେ ୩୫ ହଜାର ୧୬୫ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍ ହାର ୭୮.୩୫% ରହିଛି। ଗତ ସେପ୍େଟମ୍ବର ୨୭ ତାରିଖରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବୋର୍ଡ ୱେସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇଓଡିଶା.ଏସି.ଇନ୍ ରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande