ହୁତୁହୁତୁ ହୋଇ ଜଳିଗଲା ବିଦ୍ୟୁତ୍ ଟ୍ରାନ୍ସଫର୍ମର
ଧର୍ମଶାଳା, ୧୫ ନଭେମ୍ବର (ହି.ସ.)- ହୁତୁହୁତୁ ହୋଇ ଜଳିଗଲା ବିଦ୍ୟୁତ୍ ଟ୍ରାନ୍ସଫର୍ମର । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ପଂଚାୟତ କଣିପାଟିଆ ଗ୍ରାମରେ । ଆଜି ସକାଳେ ଗାଁ ମୁଣ୍ଡରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଜଳିବାକୁ ଲାଗିଥିଲା । ଚାହୁ
ହୁତୁହୁତୁ ହୋଇ ଜଳିଗଲା ବିଦ୍ୟୁତ୍ ଟ୍ରାନ୍ସଫର୍ମର


ଧର୍ମଶାଳା, ୧୫ ନଭେମ୍ବର (ହି.ସ.)- ହୁତୁହୁତୁ ହୋଇ ଜଳିଗଲା ବିଦ୍ୟୁତ୍ ଟ୍ରାନ୍ସଫର୍ମର । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ପଂଚାୟତ କଣିପାଟିଆ ଗ୍ରାମରେ । ଆଜି ସକାଳେ ଗାଁ ମୁଣ୍ଡରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଜଳିବାକୁ ଲାଗିଥିଲା । ଚାହୁଁ ଚାହୁଁ ଟ୍ରାନ୍ସଫର୍ମରଟି ହୁତୁହୁତୁ ହୋଇ ଅଳ୍ପ ସମୟ ମଧ୍ୟରେ ଜଳି ପୋଡି ପାଉଁଶ ହୋଇଯାଇଥିଲା । ତେବେ ସ୍ଥାନୀୟ ଅଂଚଳରେ ବିଦ୍ୟୁତ୍ ସରବରାହ ଠପ ହୋଇଯାଇଛି । ତୁରନ୍ତ ନୂତନ ଟ୍ରାନ୍ସଫର୍ମର ବସାଇବାକୁ ଅଂଚଳବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande