୫୨ତମ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଆୟୋଜନ ପାଇଁ କଳସ ଶୋଭାଯାତ୍ରା ସହ ନାମଯଜ୍ଞର ଶୁଭାରମ୍ଭ
ବଲାଙ୍ଗିର, ୨ ନଭେମ୍ବର (ହି.ସ.)- ବଲାଙ୍ଗିରର ସର୍ବ ପୁରାତନ ନାମଯଜ୍ଞ କମିଟି ଚଳିତ ବର୍ଷ ୫୨ତମ ଅହୋରାତ୍ର ନାମଯଜ୍ଞ ଆୟୋଜନ କରୁଛି । ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ସମୟରେ ଆଜକୁ ୫୨ବଷ ଧରି ଅନବରତ ଭାବରେ ନାମଯଜ୍ଞ ଆୟୋଜନ କରି ପ୍ରଭୁଙ୍କ ନାମ ଧାରପୃଷ୍ଠରେ ପ୍ରଚାର କରିଆସୁଅଛି । ଚଳିତ ବର୍ଷ ନାମଯଜ
୫୨ତମ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଆୟୋଜନ ପାଇଁ କଳସ ଶୋଭାଯାତ୍ରା ସହ ନାମଯଜ୍ଞର ଶୁଭାରମ୍ଭ


୫୨ତମ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଆୟୋଜନ ପାଇଁ କଳସ ଶୋଭାଯାତ୍ରା ସହ ନାମଯଜ୍ଞର ଶୁଭାରମ୍ଭ


ବଲାଙ୍ଗିର, ୨ ନଭେମ୍ବର (ହି.ସ.)- ବଲାଙ୍ଗିରର ସର୍ବ ପୁରାତନ ନାମଯଜ୍ଞ କମିଟି ଚଳିତ ବର୍ଷ ୫୨ତମ ଅହୋରାତ୍ର ନାମଯଜ୍ଞ ଆୟୋଜନ କରୁଛି । ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ସମୟରେ ଆଜକୁ ୫୨ବଷ ଧରି ଅନବରତ ଭାବରେ ନାମଯଜ୍ଞ ଆୟୋଜନ କରି ପ୍ରଭୁଙ୍କ ନାମ ଧାରପୃଷ୍ଠରେ ପ୍ରଚାର କରିଆସୁଅଛି । ଚଳିତ ବର୍ଷ ନାମଯଜ୍ଞ ଆୟୋଜନ ଅବସରରେ ମହିଳମାନେ କଳସ ଶୋଭାଯାତ୍ରାରେ ପ୍ରଭୁ ରାଧା ମାଧବଙ୍କୁ ମଣ୍ଡପରେ ବିରାଜମାନ କରାଇ ଅଧିବାସ ପାଳନ କରାଯାଇଥିଲା । ଚଳିତ ବର୍ଷ ଆୟୋଜନ କମିଟିରେ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ର ସଭାପତି ପ୍ରକାଶ କୁମାର ନେପାକ, ସମ୍ପାଦକ ଅଙ୍କୁଶ ହୋତା, କୋଷାଧ୍ୟକ୍ଷ କୁନୁ ପାତ୍ର ସମେତ ଚଳିତ ବର୍ଷର ନାମଯଜ୍ଞ ସମ୍ପାଦକ ସଂଜୟ ଶତପଥି ଏବଂ ବିଭିନ୍ନ କମିଟି ମୁଖ୍ୟ ତୁଫାନ ସାହୁ, ଶରତ ଷାଣ୍ଢ, ବାବୁ ସା, ପିଙ୍କୁ ପଣ୍ଡା, ଦୁର୍ଗା ସାହୁ, ଟିଙ୍କୁ ପଣ୍ଡା, କଳୁ ମହାନ୍ତି ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ବେଳେ ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ଶିବ ରଥ, ରାଜେନନ୍ର ମିଶ୍ର, ପ୍ରଦୀପ ସାହୁ, ରବି ଅଗ୍ରୱାଲ, ରାଜୁ ଅଗ୍ରୱାଲ, ମହେନ୍ଦ୍ର ବାଗ, ଅଶୋକ ମିଶ୍ର, ସତ୍ୟନାରାୟଣ ମହାକୁଡ, ସୁନାଧର ବନଛୋର, ଦିଜରାଜ ମିଶ୍ର, ଦୁଲିଚନ୍ଦ ଅଗ୍ରୱାଲ, ସନ୍ତକ ବହିଦାର, କୁନା ବେହେରା, ଭରତ ପୋଢ, ଶ୍ରୀବତ୍ସ ମହାରଣା ନାମ ସଂକୀର୍ତ୍ତନ୍ୟ ଆୟୋଜନରେ ସହଯୋଗ କରୁଛନ୍ତି ।

ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା, ସମ୍ପାଦିକା ଲିନା ମହାନ୍ତି, ସଭ୍ୟା ସବିତା ବେହେରା, ଦମୟନ୍ତି ବାଗ, ସୁଶୀଳା ସା, ସୁଚରିତା ଶତପଥୀ, ରେବତୀ ସାହୁ, ଲିଲି ବେହେରା, ମଞ୍ଜୁଳା ମିଶ୍ର ଓ ସମସ୍ତ ସଭ୍ୟା ପ୍ରଭୁଙ୍କ କଳସ ଯାତ୍ର, ଛପନ ଭୋଗ, ତୁଳସୀଭିଷେକ ଆୟୋଜନ ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ଦୁର୍ଗା ସାହୁ ଓ ସହଧର୍ମିଣୀ ସରିତା ସାହୁ ମୁଖ୍ୟ ଯଜ୍ଞ କର୍ତ୍ତା ରୂପେ ପ୍ରଭୁଙ୍କ ସେବା କରୁଛନ୍ତି । ମୁଖ୍ୟ ପୂଜକ ଶୁକଦେବ ତ୍ରିପାଠୀ ଓ ସାଥୀ ଯଜ୍ଞ ପୂଜକ ଅଚନ୍ତି । ଚଳିତ ବର୍ଷ ସୁଦୁର କଳାହାଣ୍ଡି, ବୌଦ୍ଧ, ସୋନପୁର ଜିଲ୍ଲାରୁ ବିଭିନ୍ନ ସଂକୀର୍ତ୍ତନ୍ୟ ଦଳ ଆସି ପ୍ରଭୁଙ୍କ ନାମ ନେବେ ବୋଲି ଶ୍ରୀ ନେପାକ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande