ବଡ଼ ଏକାଦଶୀରେ ବାବା ଧବଳେଶ୍ଵରଙ୍କ ଚନ୍ଦ୍ରଚୂଡ଼ ବେଶ
କଟକ, ୨ ନଭେମ୍ବର (ହି.ସ.)- କଟକ ଜିଲ୍ଲାର ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠରେ ଆଜି ବଡ଼ ଏକାଦଶୀରେ ବାବା ଧବଳେଶ୍ୱର ଭକ୍ତଙ୍କୁ ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି । ରାତି ୪ଟାରେ ଦ୍ୱାରଫିଟା ପରେ ବାବାଙ୍କ ନୀତିକାନ୍ତି ସମାପନ ପରେ ଦର୍ଶନ ଆରମ୍ଭ ହୋଇଛି । ବାବା ଧବଳେଶ୍ୱର ଭକ୍ତଙ୍କୁ ଚନ୍ଦ୍ରଚୂଡ଼
ବଡ଼ ଏକାଦଶୀରେ ବାବା ଧବଳେଶ୍ଵରଙ୍କ ଚନ୍ଦ୍ରଚୂଡ଼ ବେଶ


କଟକ, ୨ ନଭେମ୍ବର (ହି.ସ.)- କଟକ ଜିଲ୍ଲାର ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠରେ ଆଜି ବଡ଼ ଏକାଦଶୀରେ ବାବା ଧବଳେଶ୍ୱର ଭକ୍ତଙ୍କୁ ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି । ରାତି ୪ଟାରେ ଦ୍ୱାରଫିଟା ପରେ ବାବାଙ୍କ ନୀତିକାନ୍ତି ସମାପନ ପରେ ଦର୍ଶନ ଆରମ୍ଭ ହୋଇଛି । ବାବା ଧବଳେଶ୍ୱର ଭକ୍ତଙ୍କୁ ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି । ଶ୍ରଦ୍ଧାଳୁ ମାନେ ଧାଡିରେ ବ୍ୟାରିକେଡ୍ ରେ ଆସି ବାବାଙ୍କ ଦର୍ଶନ କରୁଛନ୍ତି । ଏହି ଦିନରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।

ରାତ୍ର ୪ଟାରେ ମନ୍ଦିରର ଦ୍ୱାରଫିଟା, ପ୍ରଥମେ ମଙ୍ଗଳଆଳତୀ ପରେ ବାବାଙ୍କୁ ସ୍ନାନ କରାଯାଇଥିଲା । ସ୍ନାନ ପରେ ବାବା ଧବଳେଶ୍ୱରଙ୍କୁ ଚନ୍ଦ୍ରଚୂଡ଼ ବେଶରେ ସଜ୍ଜିତ କରାଯାଇଥିଲା । ସକାଳେ ବାଳଭୋଗ, ଖେଚୁଡ଼ି ଭୋଗ ଲାଗି କରାଯାଇଛି । ଏହାପରେ ଦହିରେ ବାବାଙ୍କୁ ଅଭିଶେକ କରାଯାଇଛି । ଅଭିଶେକ ପରେ ଦର୍ଶନ ନିମନ୍ତେ ପହଡ଼ ଖୋଲାଯାଇଥିଲା । ମଧ୍ୟାହ୍ନରେ ବାବାଙ୍କୁ ଅନ୍ନ, ଡାଲମା, କ୍ଷିରୀ, ଖେଚୁଡ଼ି ଭୋଗ ଲାଗି ହୋଇଛି । ସଂନ୍ଧ୍ୟାରେ ପୁର୍ନବାର ବାବାଙ୍କୁ ସ୍ନାନ କରାଯିବ । ସ୍ନାନ ପରେ ସଂନ୍ଧ୍ୟା ଆଳତୀ ଅନୁଷ୍ଠିତ ହେବ ଏବଂ ରାତିରେ ବାବାଙ୍କ ଶୟନ ପୂର୍ବରୁ ଦହି ପଖାଳ ବାଟୁଳା ଭୋଗ ଲାଗି କରାଯିବ ।

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଠାରେ ୨ ଜଣ ଅତିରିକ୍ତ ଏସପି, ୫ ଜଣ ମାଜିଷ୍ଟ୍ରଟ ଏବଂ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି । ଏଥିସହ ସିସିଟିଭି ବ୍ୟବସ୍ଥା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande