ବାଇକ୍ ଦୁର୍ଘଟଣାରେ ଚାଳକ ମୃତ
ବୌଦ୍ଧ, ୨ ନଭେମ୍ବର (ହି.ସ.)- ପଇଦାଭୂଇଁ ଗାଁ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଛତ୍ରଙ୍ଗ ଗ୍ରାମର ଅମୁଲ୍ୟ ବେହେରା (୩୨ ବର୍ଷ) ବୋଲି ଜଣାପଡ଼ିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପଇଦାଭୂଇଁ ଗାଁ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଅମୁଲ୍ୟ ବିଳମ୍ବିତ ରାତିର
ବାଇକ୍ ଦୁର୍ଘଟଣାରେ ଚାଳକ ମୃତ


ବୌଦ୍ଧ, ୨ ନଭେମ୍ବର (ହି.ସ.)- ପଇଦାଭୂଇଁ ଗାଁ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଛତ୍ରଙ୍ଗ ଗ୍ରାମର ଅମୁଲ୍ୟ ବେହେରା (୩୨ ବର୍ଷ) ବୋଲି ଜଣାପଡ଼ିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପଇଦାଭୂଇଁ ଗାଁ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଅମୁଲ୍ୟ ବିଳମ୍ବିତ ରାତିରେ ବାଇକ୍ ଯୋଗେ ଚାରିଛକ-କୁଶଙ୍ଗ ପୁର୍ତ୍ତରାସ୍ତା ଦେଇ ଯାଉଥିଲେ । ଏହି ସମୟରେ ପଇଦାଭୂଇଁ ଗାଁ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ପିଟି ହୋଇଥିଲେ । ଦ୍ରୁତ ଗତିରେ ଯାଉଥିବା ହେତୁ ଚାଳକ ବାଇକ୍‌ରୁ ଛିଟିକି ପଡ଼ିଥିଲେ । ଫଳରେ ଅମୁଲ୍ୟଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହରଭଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାର ତଦନ୍ତ ଚାଲିବା ସହ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଯାଇଥିବା ଥାନାଧିକାରୀ ବାଲ୍ଲିକ ପ୍ରଧାନ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande