- ଚନ୍ଦ୍ରପୋଡା ପଂଚାୟତ କାର୍ଯ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
ଜୟପୁର, ୨ ନଭେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୋଡା ପଂଚାୟତ କାର୍ଯ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି l ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ବୈପାରୀଗୁଡା ଏବିଡ଼ିଓ ନିବେଦିତା ଦଣ୍ଡସେନା, ସମାଜକ
- ଚନ୍ଦ୍ରପୋଡା ପଂଚାୟତ କାର୍ଯ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ


ଜୟପୁର, ୨ ନଭେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୋଡା ପଂଚାୟତ କାର୍ଯ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି l ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ବୈପାରୀଗୁଡା ଏବିଡ଼ିଓ ନିବେଦିତା ଦଣ୍ଡସେନା, ସମାଜକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀ, ଜିପିଡିଓ ରାଜେନ୍ଦ୍ର ପାତ୍ର, ପିଇଓ ଗଣେଶ ବିଶ୍ୱାସରାୟ ପ୍ରମୁଖ ଉପସ୍ଥିତି ରହିଥିଲେ l ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି l ଅକ୍ଟୋବର ୨୭ ତାରିଖ ଠାରୁ ୩ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ପାଳନ କରାଯାଉଛି । ଚଳିତ ବର୍ଷର ବାର୍ତ୍ତା ହେଉଛି “ ଦୁର୍ନୀତି ନିବାରଣ: ଆମ ସାମୁହିକ ଦାୟିତ୍ବ”। ଦୁର୍ନୀତି ନିବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଠାରେ ଉପସ୍ଥିତି ଆଶା କର୍ମୀ ଏବଂ ଅଙ୍ଗନବାଡି କର୍ମୀ, ସମତ ଗ୍ରାମବାସୀ ଏବଂ ସମସ୍ତ ଅଧିକାରୀଙ୍କୁ ନେଇ ସାଧୁତାର ଶପଥ ପାଠ କରାଯାଇଥିଲା l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande