

ସୁବର୍ଣ୍ଣପୁର, 2 ନଭେମ୍ବର (ହି.ସ.)ବିନିକା ବ୍ଲକ ଅନ୍ତର୍ଗତ ଚରଦା ଠାରେ ଚାଲିଥିବା ମାଁ ଚରଦେଇ ଆଞ୍ଚଳିକ ମହୋତ୍ସବର ଗତକାଲି ଦ୍ଵିତୀୟ ସନ୍ଧ୍ୟା ଅର୍ଥାତ ଦଶମୀ ଯାତ୍ରା ଅବସରରେ ପ୍ରଭୁଙ୍କ କୃପା ନିମନ୍ତେ ପ୍ରସିଦ୍ଧ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଗହଳି ଲାଗିଥିଲା ହରିବୋଲ,ହୁଳହୁଳି ଧ୍ବନିରେ ସାରା ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି।ଏହି ପରିପ୍ରେଖୀରେ ଶ୍ରଦ୍ଧାଳୁ ଭକ୍ତ ଓ ଦର୍ଶକଙ୍କ ମନୋରଂଜନ ସକାଶେ ଅନୁଷ୍ଟିତ ମହୋତ୍ସବ ପେଣ୍ଡାଳରେ ସମ୍ବଲପୁରର ପଞ୍ଚବାଦ୍ୟ,ସୁବର୍ଣ୍ଣପୁରର ରୁମକୁ ଝୁମାନା ସାଂସ୍କୃତିକ ଲୋକନୃତ୍ୟ ବେଶ ଉପଭୋଗ ହୋଇଥିଲା କଳାକାର ମାନଙ୍କ ଚିରାଚରିତ ନାଚ,ଗୀତ ଶୈଳୀ ଦର୍ଶକଙ୍କୁ ବାନ୍ଧି ରଖିଥିଲା।ସେହିପରି ବୌଦ୍ଧର ବଉଳି କଳା ପରିଷଦ,ବିନିକାର ନୃତ୍ୟ ନିକେତନ ଅନୁଷ୍ଠାନ ତରଫରୁ
ଲୋକକଳା ପ୍ରଦର୍ଶନ ଏବଂ କଣ୍ଠଶିଳ୍ପୀ ଦେବାନନ୍ଦ ଦାଶ,ମାଧବ ଭୋଇ,କୁମାର ଉପେନ,ସୁପ୍ରିୟା ଶର୍ମା,ଆଲିସା ମିଶ୍ରଙ୍କ ସୂ ମଧୁର କଣ୍ଠରେ ସଙ୍ଗୀତ ପରିବେଷଣ ଚିତ୍ତାକର୍ଷକ ଥିଲା ।ଏଥିରେ ଉଦଘୋଷକ ଭାବେ ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା, ସସ୍ମିତା ପରମଗୁରୁ, ଦେବରଞ୍ଜନ ପଣ୍ଡା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।କମିଟି ସଭାପତି ଅଶୋକ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ବୀରମହାରାଜପୁର ବିଧାୟକ ଇଁ ରଘୁନାଥ ଜଗଦଲା,ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ବେଣୁଧର ଦାସ,ସାନନ୍ଦ ମେହେର,ବିଜୟ ମହାକୁର,ବିଶ୍ବମ୍ବର ମିଶ୍ର,ସ୍ୱରୂପ ପାତ୍ର,ଉଦ୍ଧବ ମହାକୁର, ଭୁବନେଶ୍ୱର ପାତ୍ର,ମୁଖ୍ୟବକ୍ତା ନବ କିଶୋର ପୁଝାରୀ ପ୍ରମୁଖ ଯୋଦେଇଥିଲେ ।ଅତିଥି ମାନେ ଅଞ୍ଚଳର କଳା,ସଂସ୍କୃତି ଉପରେ ବର୍ଣ୍ଣନା କରିବା ସହ ମହୋତ୍ସବ ଆୟୋଜନ ନିଜ ନିଜ ଭିତରେ ଏକତା,ସୂ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ ।ଏହି ଅବସରରେ ଅର୍ନ୍ତରାଷ୍ଟ୍ରୀୟ ଚିତ୍ରଶିଳ୍ପୀ ଭାବେ ଫୁଲମୁଠି ଗ୍ରାମର ଅଶୋକ କୁମାର ମହାକୁର ଓ ଟାଇକୋଣ୍ଡା ଖେଳାଳି ଭାବେ ବିଶ୍ଵ ଦରବାରରେ ପରିଚିତ ବିନିକାର ସୁଶ୍ରୀ ଅନୁଷ୍କା ଦାସଙ୍କୁ ମାଁ ଚର୍ଦେଇ ସମ୍ମାନରେ ସମ୍ମାନୀତ କରାଯାଇଥିଲା।ସେହିପରି କମିଟି ଉପ ସଭାପତି ଶାଶ୍ଵତ ତ୍ରିପାଠୀ, ସଂଯୋଜକ ଧର୍ମେନ୍ଦ୍ର ଥନାପତି,ଧର୍ମରାଜ ପଣ୍ଡା,ଜିତେନ୍ଦ୍ର ଥନାପତି,ପରିତୋସ ଥନାପତି,ବାବୁଲାଲ ସାହୁ ଏବଂ କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହି ମହୋତ୍ସବ ପରିଚାଳନାର ବିଭିନ୍ନ ଦାୟିତ୍ଵ ନିର୍ବାହ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ