ଆରଏସଏସର ଶତବାର୍ଷିକୀ ଉତ୍ସବରେ ଜିଲ୍ଲା ସ୍ତରୀୟ ପଥସଞ୍ଚଳନ କାର୍ଯ୍ୟକ୍ରମ
ଜୟପୁର, ୨ ନଭେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଜୟପୁର ସହରରେ ବିଜୟା ଦଶମୀ ଉତ୍ସବ ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାର ଶତବାର୍ଷିକ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ ପଥ ସଂଞ୍ଚଳନ କାର୍ଯ୍ୟକ୍ରମ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଦଶହରା
ଆରଏସଏସର ଶତବାର୍ଷିକୀ ଉତ୍ସବରେ ଜିଲ୍ଲା ସ୍ତରୀୟ ପଥସଞ୍ଚଳନ


ଜୟପୁର, ୨ ନଭେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଜୟପୁର ସହରରେ ବିଜୟା ଦଶମୀ ଉତ୍ସବ ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାର ଶତବାର୍ଷିକ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ ପଥ ସଂଞ୍ଚଳନ କାର୍ଯ୍ୟକ୍ରମ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଦଶହରା ପଡିଆ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେପୋଡଶୀ ଛତିଶଗଡ ରାଜ୍ୟର ବସ୍ତର ଜିଲ୍ଲା ସଦଭାବନା ପ୍ରମୁଖ ରାଜ ବାହାଦୁର ସିଂ ରାଣା, ସମ୍ମାନୀୟ ଅତଥି ଭାବେ କୋରାପୁଟ ଜିଲ୍ଲା ସଂଘ ଚାଳକ ସନସାଇ ଗାଦବା, ଜିଲ୍ଲା ଶାରୀରିକ ପ୍ରମୁଖ ମାନସିଂ ଘେଉରିଆ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଣା ନିଜ ବକ୍ତବ୍ୟରେ ସଂଘ କୌଣସି ଜାତି ଏବଂ ଧର୍ମକୁ ପ୍ରାଥମିକତା ଦିଏନାହିଁ ସେ ଯେ କୌଣସି ଜାତିର କିମ୍ବା ଧର୍ମର ହୋଇଥିଲେ ମଧ୍ୟ ରାଷ୍ଟ୍ର ଭକ୍ତି ଏବଂ ରାଷ୍ଟ୍ର ନିର୍ମାଣର ଅଗ୍ରଦୁତ ହେବା ଦରକାର ଆଗାମୀ ଦିନରେ ପଞ୍ଚ ପରିବର୍ତ୍ତନ ସହ ସମସ୍ତେ ହିନ୍ଦୁ ରାଷ୍ଟ୍ର ନିର୍ମାଣର ପରିକଳ୍ପନା କରିବା ପାଇଁ ଏକତ୍ରିତ ହୋଇ କାର୍ଯ୍ୟ ସମ୍ପାଦନ କରିବାକୁ ଆହ୍ବାନ କରିଥିଲେ ।

ଏହି ପଥ ସଞ୍ଚଳନ କାର୍ଯ୍ୟଟି ଦଶହରା ପଡିଆରୁ ଆରମ୍ଭ ହୋଇ ପାରାବେଡା, ଗୋପବନ୍ଧୁ ନଗର, ଭାଦ୍ରାୟାସାହି, ବେଲରୋଡ, ନୀଳକଣ୍ଠେଶ୍ଵର ମନ୍ଦିର ରାସ୍ତା, ଲାଲସାହି, ସର୍ଦ୍ଧାର ବଲ୍ଲଭାଇ ପଟେଲ ମାର୍ଗ (ମୁଖ୍ୟ ରାସ୍ତା) ଦେଇ ପୁଣୀ ଦଶହରା ପଡିଆ ଠାରେ ସମାପ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାରା ଜିଲ୍ଲାରୁ ୨୦୦୦ ରୁ ଉର୍ଦ୍ଧ୍ବ ସ୍ଵୟଂସେବକ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande