
ଜୟପୁର, ୨ ନଭେମ୍ବର (ହି.ସ.)- ଜାତୀୟ ରାଜପଥରେ ସର୍ବ ସାଧାରଣ ସ୍ଥାନରେ ଦୋକାନି ମାନେ ଜବରଦଖଲ କରିଥିଲେ । ତାହାକୁ ଆଜି ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡିଙ୍କ ନିର୍ଦ୍ଦେଶ କ୍ରମେ ପୌରପାଳିକା ଉଛେଦ କରିଛି । ପାୱାର ହାଉସ ପେଟ୍ରୋଲ ପମ୍ପ ଠାରୁ ଆଇନ ମହାବିଦ୍ୟାଳୟ ଯାଏଁ ଟାଉନ ପୋଲିସ ଓ ପୌରପାଳିକା ମିଳିତ ଭାବେ ଜବର ଦଖଲ ଉଛେଦ କରିଛନ୍ତି । ରାସ୍ତା କଡରେ ଉଠା ଦୋକାନି ମାନଙ୍କୁ ମଧ୍ୟ ତାଗିଦ କରାଯାଇଛି ।
ଚଢଉରେ ପରିମଳ ନିରିକ୍ଷକ ଭୁବୁନି ହଲବା, ସତ୍ୟ ନାରାୟଣ ପାତ୍ର, ପୋଲିସ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି