
ବଲାଙ୍ଗିର, ୨ ନଭେମ୍ବର (ହି.ସ.)- ଆଜି ସ୍ଥାନୀୟ ପତିତପାବନ ବିଦ୍ୟାଳୟ ଠାରେ ଭୂମିକା ଓ ମଠଖାଇ ମହୋତ୍ସବ କମିଟି ସଦସ୍ୟଙ୍କ ଉପସ୍ଥିତିରେ ୧୭ତମ ମାଠଖାଇ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପାଞ୍ଚ ଦିନ ଧରି ନାଟ୍ୟ ପ୍ରେମୀ ନାଟକ ଉପଭୋଗ କରିବେ ଓ ଓଡିଶାରୁ ତିନୋଟି ଓ ବାହାର ରାଜ୍ୟରୁ ଦୁଇଟି ନାଟକ ପରିବେଷଣ କରାଯିବ। ଆଜି ମଠ ଖାଇ ମହୋତ୍ସବର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ନାଟକ ସମାଜକୁ ସବୁବେଳେ ମନୋରଞ୍ଜନ କରିନଥାଏ ଏହା ପ୍ରେରଣାଦାୟୀ ହୋଇ ସଚେତନ ମଧ୍ୟ କରିଥାଏ ବୋଲି ମତ ପୋଷଣ କରିଥିଲେ। ଆଜିର ବୈଠକରେ ଭୂମିକାର ଉପଦେଷ୍ଟା ନାଟ୍ୟଭୁଷଣ ଜଗଦାନନ୍ଦ ଛୁରିଆ, ସଭାପତି ବୀରେନ୍ଦ୍ର ବନଛୋର ଓ ସମ୍ପାଦକ ଜିତେନ୍ଦ୍ରିୟ ତ୍ରିପାଠୀ ମଞ୍ଚାସିନ ଥିଲେ।
ଏହି ସଭାରେ ମଠଖାଇ ମହୋତ୍ସବର ସଦସ୍ୟ ଯଥା ସନାତନ ଠାକୁର, ସୁଧାଂଶୁ ପଟ୍ଟନାୟକ, ଘାସିରାମ ମିଶ୍ର, ଅବଦୁଲ ଜମାଲ ଖାନ, ଡତାତାନନ୍ଦ ପଣ୍ଡା, ବୀରେନ୍ଦ୍ର ଝାଙ୍କର, ବଳରାମ ମିଶ୍ର, ନରେନ୍ଦ୍ର ସାହୁ, ଚନ୍ଦ୍ରଭାନୁ ମୋଲାନା, ଭବାନୀ ଶତପଥୀ, ମୁରଲୀ ଧାରୀ ପତି, ଗୌର କିଶୋର ମହାପାତ୍ର, ଶ୍ରୀମନ୍ତ ପଣ୍ଡା, ବାସୁଦେବ ସା ଡ଼ ଲଳିତ ସାହୁ, ସୁରୁଲାଲ ମଟାରୀ ଓ ଭୂମିକା ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ