ଯୁବକଙ୍କୁ ଆକ୍ରମଣ ଘଟଣାରୁ ଉତ୍ତେଜନା ଗ୍ରାମବାସୀଙ୍କ ଦ୍ବାରା ପୁଲିସ ଅଟକ, ଗାଡ଼ି ଭଙ୍ଗାରୁଜା ପୋଲିସ ବରିଷ୍ଟ ଅଧିକାରୀ ପହଞ୍ଚି ଉଦ୍ଧାର କଲେ
ବଲାଙ୍ଗିର, 2 ନଭେମ୍ବର (ହି.ସ.)ବଲାଙ୍ଗିର ଜିଲା ପୁଇନ୍ତଲା ଥାନା ଆଠଗାଁରେ ଜଣେ ଯୁବକଙ୍କୁ ସ୍ଥାନୀୟ ହରିଜନ ପଡ଼ାର ୬ଜଣ ଯୁବକ ଆକ୍ରମଣ ଉଦ୍ୟମ କରିବା ନେଇ ଶନିବାର ସନ୍ଧ୍ୟା ପ୍ରାୟ ୬ଟାରୁ ଉତ୍ତେଜନା ଲାଗି ରହିଛି। ଗ୍ରାମବାସୀ ୨ଜଣଙ୍କୁ କାବୁ କରିଥିବାବେଳେ ଅନ୍ୟ ୪ଜଣ ଫେରାର ହୋଇଯାଇଛନ୍ତି। ପୁଇନ୍ତଲା
ଯୁବକଙ୍କୁ ଆକ୍ରମଣ ଘଟଣାରୁ ଉତ୍ତେଜନା  ଗ୍ରାମବାସୀଙ୍କ ଦ୍ବାରା ପୁଲିସ ଅଟକ, ଗାଡ଼ି ଭଙ୍ଗାରୁଜା ପୋଲିସ ବରିଷ୍ଟ ଅଧିକାରୀ ପହଞ୍ଚି ଉଦ୍ଧାର କଲେ


ଯୁବକଙ୍କୁ ଆକ୍ରମଣ ଘଟଣାରୁ ଉତ୍ତେଜନା  ଗ୍ରାମବାସୀଙ୍କ ଦ୍ବାରା ପୁଲିସ ଅଟକ, ଗାଡ଼ି ଭଙ୍ଗାରୁଜା ପୋଲିସ ବରିଷ୍ଟ ଅଧିକାରୀ ପହଞ୍ଚି ଉଦ୍ଧାର କଲେ


ବଲାଙ୍ଗିର, 2 ନଭେମ୍ବର (ହି.ସ.)ବଲାଙ୍ଗିର ଜିଲା ପୁଇନ୍ତଲା ଥାନା ଆଠଗାଁରେ ଜଣେ ଯୁବକଙ୍କୁ ସ୍ଥାନୀୟ ହରିଜନ ପଡ଼ାର ୬ଜଣ ଯୁବକ ଆକ୍ରମଣ ଉଦ୍ୟମ କରିବା ନେଇ ଶନିବାର ସନ୍ଧ୍ୟା ପ୍ରାୟ ୬ଟାରୁ ଉତ୍ତେଜନା ଲାଗି ରହିଛି। ଗ୍ରାମବାସୀ ୨ଜଣଙ୍କୁ କାବୁ କରିଥିବାବେଳେ ଅନ୍ୟ ୪ଜଣ ଫେରାର ହୋଇଯାଇଛନ୍ତି। ପୁଇନ୍ତଲା ଥାନା ପୁଲିସ ବିଳମ୍ବରେ ଘଟଣାସ୍ଥଳ ରେ ପହଞ୍ଚିବାରୁ ଶତାଧ‌ିକ ମହିଳା ପୁଲିସକୁ ଅଟକ ରଖୁବାସହ ୨ଟି ପୁଲିସ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ବରିଷ୍ଟ ପୋଲିସ ଅଧିକାରୀ ମାନେ ପହଞ୍ଚିବା ପରେ ରାତି ୧୧ ଟା ବେଳେ ଗ୍ରାମବାସୀ ପୁଲିସକୁ ଛାଡ଼ି ଥିବା ଜଣା ଯାଇଛି।

ଅଭିଯୋଗ ଅନୁଯାୟୀ, ହରିଜନ ପଡ଼ାର କେତେକ ଯୁବକ ସନ୍ଧ୍ୟା ପ୍ରାୟ ୬ଟାରେ ଗାଁକୁ ଆସି ସୁମନ୍ତ ମାଝା (୨୦) ଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ କରିଥିଲେ। ଆକ୍ରମଣରୁ ସୁମନ୍ତଙ୍କୁ ବଞ୍ଚାଇବାକୁ ଯାଇ ବିମଳ ପୁଟେଲ (99) ଆହତ ହୋଇଥିଲେ । ଏଥିରେ ତାଙ୍କ ହାତରେ ଆଘାତ ଲାଗିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ୨ଜଣଙ୍କୁ କାବୁ କରି ପୁଇନ୍ତଲା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଆଉ ଜଣେ ଅଭିଯୁକ୍ତଙ୍କୁ ତାଙ୍କ ଘରୁ କାବୁ କରିଥିଲାବେଳେ ଅନ୍ୟମାନେ ଫେରାର ଅଛନ୍ତି। ପୁଲିସ ପହଞ୍ଚିବାରେ ବିଳମ୍ବ କରିଥିବା ଅଭିଯୋଗରେ ଆଟଗାଁ ଗ୍ରାମବାସୀ ୨ଟି ପୁଲିସ ଗାଡ଼ି ସହ ଅଧିକାରୀ ଓ କର୍ମଚାରୀଙ୍କୁ ଅଟକ ରଖିଥିଲେ । ସନ୍ଧ୍ୟା ପ୍ରାୟ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପୁଲିସକୁ ଗାଁରେ ଘେରାଉ କରି ରଖିଥିଲେ। ପୁଇନ୍ତଲା ଥାନା ଅଧିକାରୀ ଅନିତା ପଧାନ ଓ ବଲାଙ୍ଗିର ଏସ୍‌ଡିପିଓ ସରୋଜ ଉପାଧ୍ୟାୟ ପୁଲିସ ଫୋର୍ସ ସହ ଗାଁରେ ପହଞ୍ଚି ଥିଲେ । ଗାଁର ଶତାଧିକ ମହିଳାଓ ପୁରୁଷ ରାତି ୧୧ଟା ପର୍ଯ୍ୟନ୍ତ ପୁଲିସକୁ ଘେରାଉ କରି ରଖୁଥ‌ିବା ବେଳେ ଉତ୍ତେଜନା ଜାରି ରହି ଥିଲା।

ଗତ ଶୁକ୍ରବାର ସନ୍ଧ୍ୟାରେ ଗାଁରେ ହରିଜନ ପଡ଼ାର କେତେକ ଯୁବକ ମଦ୍ୟପାନ ସହ ଓ ଅଶ୍ଳୀଳ ଗାଳିଗୁଲଜ କରିଥିଲେ । ଗାଁ ମହିଳାଙ୍କୁ ନେଇ ଗଠିତ ଶାନ୍ତି କମିଟି ଏହାର ପ୍ରତିବାଦ କରିଥିଲେ। ଏହି ଘଟଣାରେ ଶୁକ୍ରବାର ସନ୍ଧ୍ୟାରେ ହରିଜନ ପଡ଼ାର କେତେକ ଯୁବକ ଗାଁର ୨ଜଣ ଯୁବକଙ୍କୁ ମାରପିଟ କରିଥିଲେ। ଏହାକୁ ନେଇ ଗ୍ରାମବାସୀ ଓ ହରିଜନ ସାହି ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶନିବାର ଗ୍ରାମବାସୀ ଥାନା ଅଧିକାରୀଙ୍କୁ ଫୋନରେ ଅଭିଯୋଗ କରିଥିଲେ। ଗାଁର କାଳିନ୍ଦ୍ରି ମାଝୀଙ୍କ ପୁଅ ସୁମନ୍ତ ସନ୍ଧ୍ୟାରେ ବଲାଙ୍ଗିରରୁ ଗାଁକୁ ଫେରୁଥିବାବେଳେ ହରିଜନ ପଡ଼ାର ୬ଜଣ ଯୁବକ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ କରିଥିଲେ। ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ଓ ଗ୍ରାମବାସୀ ଗାଁରେ ପୁଲିସକୁ ଅଟକ ରଖି ଥିଲା ବେଳେ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ପୋଲିସ କାର୍ଯ୍ୟ ରେ ବାଧା ଦେଉଥିବା ଅପରାଧ ରେ କେସ ରୁଜୁ ହୋଇଚି। ଏପର୍ଯ୍ୟନ୍ତ କାହାକୁ ଅଟକ ରଖିବା ଯୋଗୁଁ ଗିରଫ ହୋଇ ନାହିଁ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande