ବଡ଼ ଏକାଦଶୀରେ ସାକ୍ଷୀଗୋପାଳଙ୍କ ଲକ୍ଷ୍ମୀ ନାରାୟଣ ବେଶ
ସାକ୍ଷୀଗୋପାଳ, ୨ ନଭେମ୍ବର (ହି.ସ.)- ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷୀଗୋପାଳରେ ଅବସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ଆଜି ପବିତ୍ର କାର୍ତିକ ମାସ ବଡ଼ ଏକାଦଶୀ ତିଥିରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁ ମାନେ ପ୍ରଭୁ ଶ୍ରୀକୃଷ୍ଣ ଓ ମା ରାଧାରାଣୀଙ୍କ ଲକ୍ଷ୍ମ
ସାକ୍ଷୀଗୋପୀନାଥ ମନ୍ଦିର


ସାକ୍ଷୀଗୋପାଳ, ୨ ନଭେମ୍ବର (ହି.ସ.)- ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷୀଗୋପାଳରେ ଅବସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ଆଜି ପବିତ୍ର କାର୍ତିକ ମାସ ବଡ଼ ଏକାଦଶୀ ତିଥିରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁ ମାନେ ପ୍ରଭୁ ଶ୍ରୀକୃଷ୍ଣ ଓ ମା ରାଧାରାଣୀଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ କରିଛନ୍ତି । ଏହି ପବିତ୍ର ତିଥିରେ ଠାକୁରଙ୍କୁ ଚୁଡ଼ାଘଷା ଭୋଗ ଲାଗି ହେବାର ପରମ୍ପରା ରହିଛି । ଆଜି ଦିନର ସ୍ୱତନ୍ତ୍ରତା ଅନୁଯାୟୀ, ଠାକୁରଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଉତ୍ପାଦିତ ଚାଉଳରୁ ପ୍ରସ୍ତୁତ ଚୁଡ଼ାରେ ଭୋଗ ପ୍ରସ୍ତୁତ କରାଯାଇ ଲାଗି କରାଯାଇଥାଏ । ସେହିପରି ଅନେକ ମାନସିକଧାରୀ ମନ୍ଦିର ପରିସରରେ ଚୁଡ଼ାଘଷା ଭୋଗ ପ୍ରସ୍ତୁତ କରି ଠାକୁରଙ୍କ ନିକଟରେ ଲାଗି କରିଥିଲେ । ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭିତର, ବାହାରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ବ୍ୟାରିକେଡରେ ଧାଡିରେ ଯାଇ ସିଂହଦ୍ୱାରରେ ପ୍ରବେଶ, ଦର୍ଶନ ଓ ବେଢା ପରିକ୍ରମା ପରେ ଉତର ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି ।

ଏହା ବ୍ୟତୀତ ପଂଚସଖା ପଡିଆରେ ବିଭିନ୍ନ ପ୍ରକାର ଫୁଡ୍‌, ଅନ୍ୟାନ୍ୟ ଷ୍ଟଲରେ ଲୋକଙ୍କ ସମାଗମ଼ ଦେଖିବାକୁ ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande