
ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ଆସନ୍ତା ୭
ତାରିଖ ଦିନ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା
ଉପନିର୍ବାଚନର ଷ୍ଟାର ପ୍ରଚାରକ ଶ୍ରୀ ରେଭନ୍ଥ ରେଡ୍ଡୀ । ଏହି ଅବସରରେ ନୂଆପଡ଼ା ସାଲେଭଟା ଠାରେ
ଆୟୋଜିତ ହେବାକୁ ଥିବା ସମାବେଶ ସ୍ଥଳ ପରିଦର୍ଶନ କରି ସମସ୍ତ ବିଷୟର ସମୀକ୍ଷା କରିଛନ୍ତି ପିସିସି
ସଭାପତି ଭକ୍ତ ଚରଣ ଦାସ ।
ଏହି ଅବସରରେ, ଆମ ଦଳର ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀ, ବିଧାୟକ ଶ୍ରୀ ଅଶୋକ ଦାସ, ପୂର୍ବତନ ଆଇଏଏସ ତଥା କଂଗ୍ରେସର ଜାତୀୟ ମୁଖପାତ୍ର ଶ୍ରୀ ଅମିତ ହୁସେନ
ଏବଂ ଶ୍ରୀ ଆଲୋକ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା