(ଅପଡେଟ) ଏସଆଇ ଘୋଟାଲାର ମାଷ୍ଟର ମାଇଣ୍ଡ ଧରାପଡିବା ଘଟଣା- ‘ଚଟୁ ଆମିଷ ବେଣ୍ଟ ନିରାମିଷ ହେବାଭଳି ଘଟଣା’ କହି ସରକାରଙ୍କୁ ବିଜେଡିର ଟାର୍ଗେଟ
ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ଏସଆଇ ନିଯୁକ୍ତି ପରୀକ୍ଷା ଘୋଟାଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଧରାପଡ଼ିବା ପରେ ସରକାରଙ୍କୁ ବିଜେଡି ଟାର୍ଗେଟ୍‌ କରିଛି । ଏକ ପ୍ରେସମିଟରେ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ସାଂସଦ ସୁଲତା ଦେଓ ଓ ଲେନିନ ମହାନ୍ତି । ଚଟୁ ଆମିଷ
(ଅପଡେଟ) ଏସଆଇ ଘୋଟାଲାର ମାଷ୍ଟର     ମାଇଣ୍ଡ ଧରାପଡିବା ଘଟଣା- ‘ଚଟୁ ଆମିଷ ବେଣ୍ଟ ନିରାମିଷ ହେବାଭଳି ଘଟଣା’ କହି ସରକାରଙ୍କୁ     ବିଜେଡିର ଟାର୍ଗେଟ


ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ଏସଆଇ ନିଯୁକ୍ତି

ପରୀକ୍ଷା ଘୋଟାଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଧରାପଡ଼ିବା ପରେ ସରକାରଙ୍କୁ ବିଜେଡି

ଟାର୍ଗେଟ୍‌ କରିଛି । ଏକ ପ୍ରେସମିଟରେ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ସାଂସଦ ସୁଲତା ଦେଓ ଓ

ଲେନିନ ମହାନ୍ତି । ଚଟୁ ଆମିଷ ବେଣ୍ଟ ନିରାମିଷ ହେବାଭଳି ଘଟଣା କହି ଟାର୍ଗେଟ୍‌ କରିଛି ବିଜେଡି

ମୁଖ୍ୟମନ୍ତ୍ରୀ ଏବଂ ଅବସରପ୍ରାପ୍ତ ଆଇପିଏସପ୍ରକାଶ ମିଶ୍ରଙ୍କୁ ଟାର୍ଗେଟ କରି କହିଛନ୍ତି

ଚାଟୁ ଆମିଷ ବେଣ୍ଟ ନିରାମିଷ ହେବାଭଳି ଘଟଣା। ମାଷ୍ଟର ମାଇଣ୍ଡ ହେଲେ ନିଜେ ସିଏମଓ। କିଙ୍ଗପିଂଗ ହେଲେ ମୋହନ ମାଝି। ନହେଲେ ଓପିଆରବିରୁ

ଆସିଥିବା ଆଇଟିଆଇକୁ କେମିତିକୁ ପରିକ୍ଷା

ପରିଚାଳନା କରିବାପାଇଁ ସାଇନ୍ କରିଥିଲେ

ମୁଖ୍ୟମନ୍ତ୍ରୀ। ସେ ନିଜକୁ ସରଳ ବୋଲି ବୋଲାଉଥିବା ଭୁଲ। ଯାହା ହୋଇଛି ମୁଖ୍ୟମନ୍ତ୍ରୀଙ୍କ

ଦସ୍ତଖତରେ ହୋଇଛିକି ନାହିଁ, ସେ କଥା ସ୍ପଷ୍ଟ କରନ୍ତୁ।

ଶଙ୍କର ପୃଷ୍ଟି ହେଲେ ବିଜେପିର ଷ୍ଟାରପ୍ରଚାରକ । ସେ ହେଉଛନ୍ତି ବିଜେପିର 41 ତମ ଷ୍ଟାର ପ୍ରଚାରକ। ଆଜି ତାଙ୍କ ଫଟୋ ଦେଖାଇ

ବିଜେପି ଓ ମୁଖ୍ୟମନ୍ତ୍ରୀ ଏବଂ ସିଏମଓକୁ ନିଶନା କରିଛି ବିଜେଡି। ନୂଆପଡ଼ା ଉପ ନିର୍ବାଚନ ଆସିଲା

ସିବିଆଇକୁ ତଦନ୍ତ ଭର ଦିଆଗଲା। ଶଙ୍କର ପୃଷ୍ଟି କେବଳ ଜଣେ ସୈନିକ। ଅସଲ କିଙ୍ଗପିଂଗ

ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଅଫିସ। ଯଦି ଶଙ୍କର ପୃଷ୍ଟି କହୁଛି ପୂର୍ବ ସରକାର ସମୟରୁ ହଜାରେ

କୋଟି ଟଙ୍କାର କାରବାର ହୋଇଥିଲା। ଯଦି ଭାବୁଛନ୍ତି ଶଙ୍କର ପୃଷ୍ଟି କଥାରେ କିଛି ପୂର୍ବ ସରକାର

ସମୟରେ ହୋଇଥିଲା ତେବେ ତଦନ୍ତ କରନ୍ତୁ ବୋଲି ଆମେ ଦାବି କରୁଛୁ। କେବଳ ଶଙ୍କର ପୃଷ୍ଟିକୁ ଧରିଆଣି ନିଜକୁ ଦୋଷମୁକ୍ତ

ବୋଲି ଭାବିବା ଠିକ ନୁହଁ। ନହେଲେ ଆମେ କୋର୍ଟ ର ଦ୍ୱାରସ୍ଥ ହେବୁ ବୋଲି କହିଛି ବିଜେଡି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande