
ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ପିଡିଏସ୍
ହିତାଧିକାରୀଙ୍କ ପାଇଁ ଇ-କେୱାଇସିବୃଦ୍ଧି କଲେ ସରକାର
। ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର । ଏନେଇ ଖାଦ୍ୟ ଯୋଗାଣ ଓ
ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ
ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପି.ଡ଼ି.ଏସ ହିତାଧିକାରୀଙ୍କ ଆଧାର
ଭିତ୍ତିକ ଈ-କେ.ୱାଈ.ସି ପ୍ରକ୍ରିୟା ଜାରି ରହିଛି। ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ
କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି I ଏବେ ସୁଦ୍ଧା ଈ-କେ.ୱାଈ.ସି କରାଇ ନ ପାରିଥିବା ହିତାଧିକାରୀ ମାନଙ୍କୁ ପ୍ରତ୍ୟେକ ମାସର
ପି.ଡ଼ି.ଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛି I କୌଣସି ଯୋଗ୍ୟ
ହିତାଧିକାରୀଙ୍କୁ ଈ-କେ.ୱାଈ.ସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ I ଏହି ପ୍ରକ୍ରିୟା ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଚାଲୁରହିବ I ଏପର୍ଯ୍ୟନ୍ତ କୌଣସି କାରଣରୁ ଈ-କେ.ୱାଈ.ସି କରାଇ ନ ପାରିଥିବା ହିତାଧିକାରୀ ମାନେ ଡିସେମ୍ବର 31 ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ
ଦୋକାନ ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାର ଯୁକ୍ତ ଈ-କେ.ୱାଈ.ସି କରାଇ
ପାରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା