ନୂଆପଡ଼ାରେ ବିଜେପି ସପକ୍ଷରେ ଯିବେ ଆଦିବାସୀ- ଜୁଏଲ ଓରାମ
ଭୁବନେଶ୍ୱର, 2 ନଭେମ୍ବର (ହି.ସ.)-ନୂଆପଡ଼ାରେ ବିଜେପି ସପକ୍ଷରେ ଯିବେ ଆଦିବାସୀ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜୁଏଲ ଓରାମ। ବିଜେପି ସରକାରରେ ମହାମହିମ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଠୁ ନେଇ କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରାଳୟ ଓ ସମସ୍ତ ଗୁରୁତ୍ୱପୂ
ନୂଆପଡ଼ାରେ ବିଜେପି ସପକ୍ଷରେ ଯିବେ ଆଦିବାସୀ- ଜୁଏଲ ଓରାମ


ଭୁବନେଶ୍ୱର, 2 ନଭେମ୍ବର (ହି.ସ.)-ନୂଆପଡ଼ାରେ ବିଜେପି

ସପକ୍ଷରେ ଯିବେ ଆଦିବାସୀ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜୁଏଲ ଓରାମ। ବିଜେପି ସରକାରରେ

ମହାମହିମ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଠୁ ନେଇ କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରାଳୟ

ଓ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଆଦିବାସୀ ମାନଙ୍କୁ ଉଚିତ୍ ସାମ୍ନାନ ଦେଇ ଆଦିବାସୀ ଓ

ଜନଜାତି ଲୋକ ମାନଙ୍କୁ ସମ୍ମାନ ଦେଇଛି ବିଜେପି ।

କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀଙ୍କ ଫୋକୋସରେ ଆଦିବାସୀ ମାନେ

ଅଛନ୍ତି। ଯେଉଁ କଥା ଆଉ କହିବାକୁ ପଡ଼ିବନି ଏକଥା ଆଦିବାସୀ ମାନେ ଠିକରେ ବୁଝିଛନ୍ତି। ଏଥିରେ

ତିଳେ ମାତ୍ର ଅବିଶ୍ବାସ ନାହିଁ । ଆଦିବାସୀ ମାନେ ବିଜେପି ସପକ୍ଷରେ ଯିବ ବୋଲି କେନ୍ଦ୍ର

ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ।

ନୂଆପଡ଼ାରେ ବିରୋଧୀଙ୍କ କିଛି ଫରକ୍ ପଡିବନି। ନବୀନ ହାତ ହଲାନ୍ତୁ କି ରୋଡ ସୋ କରନ୍ତୁ।

ରେବନ୍ତ୍ ରେଡ୍ଡୀ ଓଡ଼ିଶା ଆସିଲେ କିଛି ପ୍ରଭାବ ବି ପଡ଼ିବନି। ୨୦୨୪ ମସିହାରେ ବି ନବୀନ ହାତ

ହଲେଇଥିଲେ। କଣ ପରିଣାମ ସେ କଥା ଓଡ଼ିଶା ବାସୀ ଦେଖିଛନ୍ତି। ମୋହନ ମାଝୀ କଣ ନୂଆପଡ଼ା ବାସୀ

ଜାଣିଛନ୍ତି। ଏଠି କେବଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା

ଚାଲିବ। ଖୁବ୍ ଶୀଘ୍ର ନିର୍ବାଚନରେ ଏହାର ପ୍ରଭାବ ଦେଖାଯିବ। ନୂଆପଡ଼ା କେହି ବି ଆସିଲେ କିଛି

ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande