ବ୍ଲକ୍ ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ, ୩୦ଗୋଟି ବିଭାଗରେ ଭାଗନେଲେ ୪୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ
ଭଦ୍ରକ, ୩ ନଭେମ୍ବର (ହି.ସ.) - ବ୍ଲକ ସ୍ତରିୟ ସୁରଭି କାର୍ଯ୍ୟକ୍ରମ ଆଜି ଭଦ୍ରକ ଜିଲ୍ଲା ଐତିହାସିକ ସ୍ଥାନ ଆଗରପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସକାଳେ କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ ପୂ
BLOCK STARIYA SURABHI KARJYAKRAMA


ଭଦ୍ରକ, ୩ ନଭେମ୍ବର (ହି.ସ.) - ବ୍ଲକ ସ୍ତରିୟ ସୁରଭି କାର୍ଯ୍ୟକ୍ରମ ଆଜି ଭଦ୍ରକ ଜିଲ୍ଲା ଐତିହାସିକ ସ୍ଥାନ ଆଗରପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସକାଳେ କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ ପୂର୍ବକ ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଭାବ ଜାଗ୍ରତ କରିବା ସହ ନୂତନ ଉନ୍ମାଦ ଓ ଉତ୍ସାହ ଭରି ଦେଉଛି ବୋଲି କହିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ମୁଖ୍ୟବକ୍ତା ଆଗରପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟ ରୁନିତା ଦାସ, ସହଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଗରପଡାର ପ୍ରଧାନଶିକ୍ଷକ ଚିତରଞ୍ଜନ ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ବର୍ଷାରାଣୀ ମଲ୍ଲିକ୍‌, ଆଚଂଳିକ ସାଧନକେନ୍ଦ୍ର ସଂଯୋଜକ ନିରଞ୍ଜନ ଖିଲାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍‌ଘାଟନୀ ସଭାକୁ ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ସୁକିର୍ତି କର ଅଧ୍ୟକ୍ଷତା କରିଥିଲେ । ଶିକ୍ଷକ ଅଜିତ୍ କୁମାର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବ୍ଲକର ୧୮ ଗୋଟି କ୍ଲଷ୍ଟରରୁ ଆସିଥିବା ୪ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ନେଇ ୩୦ ଗୋଟି ବିଭାଗରେ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ,ତର୍କ,ବକୃତା, ପ୍ରବନ୍ଧ,ଶିଳ୍ପକଳା, ସୃଜନଲିଖନୀ ଆଦି ପ୍ରତିଯୋଗିତା କରାଯାଇଥିଲା । ସମସ୍ତ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଆସନ୍ତା ୭ ତାରିଖ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବେ । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ, ସମିତିସଭ୍ୟା ସୁଶୀଳା ଜେନା, ପ୍ରଧାନଶିକ୍ଷକ ଚିତ ରଞ୍ଜନ ମହାନ୍ତି,କୃଷ୍ଣ ଚରଣ ବିଦ୍ୟାମନ୍ଦିରର ପ୍ରଧାନଶିକ୍ଷକ ଶରତ ଜେନା,ସାଧନକେନ୍ଦ୍ର ସଂଯୋଜକ ନିରଞ୍ଜନ ଖିଲାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶିକ୍ଷକ ପଚାଂନନ ପୃଷ୍ଟିଙ୍କ ମଚଂ ପରିଚାଳନାରେ ସୁଧିର ବାରିକ୍ ଅତିଥି ପରିଚୟ ଓ ଶେଷରେ ଅଜିତ୍ କୁମାର ରାଉଳ ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ବିରେନ୍ ମିଶ୍ର, ଭୀମସେନ୍ ପାଲ୍‌, କୈଳାସ ପଣ୍ଡା, ବନଜିନୀ ନାୟକ, ସାଗରିକା ମହାନ୍ତି, ପ୍ରମୋଦିନୀ ସାହୁ, ଭାଗ୍ୟଶ୍ରୀ ପଣ୍ଡା, ରଞ୍ଜିତା ଶିଅଳ,ବିଦ୍ୟୁତ୍ ଲତା ଦାସ, ସାବିତ୍ରୀ ଦାଶଙ୍କ ସମେତ ୧୫ ଜଣ ସାଧନ କେନ୍ଦ୍ର ସଂଯୋଜକ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande