ମଦନପୁରରେ ଉଦଘାଟନ ହେଲା ନୂତନ ଆରଆଇ କାର୍ଯ୍ୟାଳୟ
କେନ୍ଦୁଝର, 3 ନଭେମ୍ବର (ହି.ସ.) ଘସିପୁରା ବ୍ଲକ ଅନୁ ଅନ୍ତର୍ଗତ ମଦନପୁରରେ ଗତ ଦେଢ଼ ବର୍ଷ ଧରି ଅଧୂରା ପଡ଼ିରହିଥ‌ିବା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟ ଅନୁଷ୍ଠାନ ଶେଷରେ ଉଦ୍ଘାଟିତ ହୋଇଗଲା। ୨୦୨୦ରେ ମଦନପୁରକୁ ନୂତନ ରାଜସ୍ବ ସର୍କଲ ଭାବେ ଘୋଷଣା କରାଯିବ ନରାଯିବା ପରେ ୩୮ ଲକ୍ଷ ଟଙ୍କା ବ୍ୟ
ମଦନପୁରରେ ଉଦଘାଟନ ହେଲା ନୂତନ ଆରଆଇ କାର୍ଯ୍ୟାଳୟ


କେନ୍ଦୁଝର, 3 ନଭେମ୍ବର (ହି.ସ.)

ଘସିପୁରା ବ୍ଲକ ଅନୁ ଅନ୍ତର୍ଗତ ମଦନପୁରରେ ଗତ ଦେଢ଼ ବର୍ଷ ଧରି ଅଧୂରା ପଡ଼ିରହିଥ‌ିବା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟ ଅନୁଷ୍ଠାନ ଶେଷରେ ଉଦ୍ଘାଟିତ ହୋଇଗଲା। ୨୦୨୦ରେ ମଦନପୁରକୁ ନୂତନ ରାଜସ୍ବ ସର୍କଲ ଭାବେ ଘୋଷଣା କରାଯିବ ନରାଯିବା ପରେ ୩୮ ଲକ୍ଷ ଟଙ୍କା ବ୍ୟୟରେ ଏହି କାର୍ଯ୍ୟାଳୟ ଗୃହ ନିର୍ମିତ ହୋଇଥିଲେ ମଧ୍ୟ ଉଦ୍ଘାଟନ ନ ହୋଇଥୂବାରୁ ଗ୍ରାମବାସୀ ବିବ୍ରତ ହୋଇପଡ଼ିଥିଲେ। ସୋମବାର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଏହି ଅସୁବିଧାର ପ୍ରତିକାର ଚାହିଁଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘସିପୁରା ତହସିଲଦାର ଅଭୟ କୁମାର ସ୍ବାଇଁ ଆଜି ମଦନପୁର ପହଞ୍ଚି ଏହି ନୂତନ କାର୍ଯ୍ୟାଳୟ ଉଦ୍ଘାଟନ କରି ଗ୍ରାମବାସୀଙ୍କ ଦୀର୍ଘଦିନର ଦାବୀ ପୂରଣ କଲେ। ଏହି ଉତ୍ସବରେ ଆରଆଇ, ଏଆରଆଇ, ଅଫିସ ସହକାରୀ ଏବଂ ଅନେକ ଗ୍ରାମବାସୀ ଉପସ୍ଥିତ ଥୂଲେ ।ଏହି ଉଦ୍ଘାଟନ ମଦନପୁର ଅଞ୍ଚଳର ରାଜସ୍ବ କାର୍ଯ୍ୟ ପ୍ରଶାସନି ସେବା ଦ୍ରୁତତର ହେବାର ଆଶା ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମ କ୍ରମ ରେ । ଆରଆଇ ବିଷ୍ଣୁପ୍ରିୟା ସାହୁ, ଏଆରଆଇ ମଲି ମାରାଣ୍ଡି, ନକୁଳ ସେଠି,ଅଫିସ ସହକାରୀ ସୁଧାଂଶୁ ଶେଖର ଜେନା ଓ ଗ୍ରାମବାସୀ ସୁଧାଂଶୁ ଶେଖର କୁଅଁର, ବିଶ୍ବରଂଜନ କୁଅଁର, ରାଜୀବ କୁଅଁର, କଳାକାର ପଲେଇ, ଦେବିପ୍ରସନ୍ନ ଚକ୍ର, ଦୁର୍ଯୋଧନ ସେଠି, ଜଗବନ୍ଧୁ ପାଢ଼ୀ, ସୋମେନ୍ଦ୍ର କୁଅଁର, ସଦାଶିବ କବି, ଟିକିନା ବେହେରା, ବାବୁଲି କୁଅଁର ବାବୁଲି ସେଠି, କ୍ଷୀରୋଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande