ଆନନ୍ଦପୁରର ବାଲି ସତ୍ୟାଗ୍ରହ ନେଇ ଜିଲ୍ଲା ସ୍ତରୀୟ ଆଲୋଚନାଚକ୍ର
କେନ୍ଦୁଝର, 3 ନଭେମ୍ବର (ହି.ସ.) ମହାତ୍ମା ଗାନ୍ଧୀଙ୍କ ପଦାଙ୍କ ଅନୁସରଣରେ ଆରମ୍ଭ ହୋଇଥିବା ଆନନ୍ଦପୁରର ବାଲି ସତ୍ୟାଗ୍ରହ ଏବେ ଏକ ଜନଆନ୍ଦୋଳନର ରୂପ ନେବାକୁ ଯାଉଛି । ବୈତରଣୀ ନଦୀର ସୁରକ୍ଷା ଏବଂ ବାଲି ଉତ୍ତୋଳନ ବିରୋଧରେ ଗଠିତ ଏହି ଆନ୍ଦୋଳନ ସାମାଜିକ ସମର୍ଥନରେ ଦୃଢ଼ ହୋଇ ଉଭୟ ରାଜନୈତିକ ଏବଂ ସାମ
ଆନନ୍ଦପୁରର ବାଲି ସତ୍ୟାଗ୍ରହ ନେଇ ଜିଲ୍ଲା ସ୍ତରୀୟ ଆଲୋଚନାଚକ୍ର


କେନ୍ଦୁଝର, 3 ନଭେମ୍ବର (ହି.ସ.)

ମହାତ୍ମା ଗାନ୍ଧୀଙ୍କ ପଦାଙ୍କ ଅନୁସରଣରେ ଆରମ୍ଭ ହୋଇଥିବା ଆନନ୍ଦପୁରର ବାଲି ସତ୍ୟାଗ୍ରହ ଏବେ ଏକ ଜନଆନ୍ଦୋଳନର ରୂପ ନେବାକୁ ଯାଉଛି । ବୈତରଣୀ ନଦୀର ସୁରକ୍ଷା ଏବଂ ବାଲି ଉତ୍ତୋଳନ ବିରୋଧରେ ଗଠିତ ଏହି ଆନ୍ଦୋଳନ ସାମାଜିକ ସମର୍ଥନରେ ଦୃଢ଼ ହୋଇ ଉଭୟ ରାଜନୈତିକ ଏବଂ ସାମାଜିକ ପରିସରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଆନନ୍ଦପୁରସ୍ଥିତ ଗାୟତ୍ରୀ ହୋତେଲ ପରିସରରେ ଅନୁଷ୍ଠିତ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ରରେ ଏହି ଆନ୍ଦୋଳନକୁ ଆଗେଇ ନେବା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ ଆୟୋଜିତ ଏହି ସଭାରେ ନଦୀକୂଳିଆ ଗାଁମାନଙ୍କରେ ‘ଗ୍ରାମ୍ୟ କମିଟି' ଗଠନ କରି ବାଲି ଚୋରି ରୋକିବାକୁ ସର୍ବସମ୍ମତି ର ହୋଇଛି। ଏହି କମିଟି ସ୍ଥାନୀୟ ସ୍ମରରେ ନଦୀ ସୁରକ୍ଷା ଏବଂ ଏବଂ ସଚେତନତା ସୃଷ୍ଟିର ଦାୟିତ୍ବ ନେବେ। ସଭାରେ ଉପସ୍ଥିତ ବକ୍ତାମାନେ ବୈତରଣୀ ନଦୀର ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ବପୂର୍ଣତା ଉପରେ ଆଲୋକପାତ କରିଥିଲେ।

ବିଶିଷ୍ଟ ପ୍ରବଚକ ଅର୍ଜୁନ ମହାନ୍ତି କହିଥିଲେ, ବୈତରଣୀର ବୟସ ଗଙ୍ଗା ଠାରୁ ବଡ । ଏହା ପବିତ୍ର ଓ ଆମ ସଂସ୍କୃତିର ଆଧାର। ସାହିତ୍ୟିକ ହଳଧର ପଣ୍ଡା ନଦୀକୂଳରେ ଥ‌ିବା ୧୦୮ କୃଷ୍ଣ ଲିଙ୍ଗ ଏବଂ ଜୈନ ଧର୍ମର ପ୍ରଚାର-ପ୍ରସାର ସହିତ ଏହାର ଐତିହାସିକ ସମ୍ପର୍କକୁ ଉଲ୍ଲେଖ କରି ଏହାର ସଂରକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ। ସମାଜସେବୀ ବିରଞ୍ଚି ମହାପାତ୍ର ଜୋର ଦେଇ କହିଥିଲେ ଯେ ବୈତରଣୀ ନଦୀକୁ ବଞ୍ଚାଇବାର ଏକମାତ୍ର ବିକଳ୍ପ ହେଉଛି ଗାନ୍ଧୀବାଦୀ ଅହିଂସା ଏବଂ ସତ୍ୟାଗ୍ରହର ପଥ। ସେ ଏହି ଆନ୍ଦୋଳନକୁ ଏକ ଅଭିନବ ପ୍ରୟାସ ବୋଲି ଅଭିହିତ କରି କହିଥିଲେ, ଗାନ୍ଧୀବାଦ ଓ ଅହିଂସା ହିଁ

ବୈତରଣୀ ନଦୀର ସୁରକ୍ଷା ଓ ବାଲି ଲୁଣ୍ଠନ ବିରୋଧରେ ପ୍ରମୁଖ ଅସ୍ତୁ। ଏହି ଆନ୍ଦୋଳନ ବିଭିନ୍ନ ବର୍ଗ ଏବଂ ରାଜନୈତିକ ଦଳକୁ ଏକତ୍ରିତ କରିଛି । ଆଲୋଚନା ଚକ୍ରରେ ଆନନ୍ଦପୁର ଓକିଲ ସଂଘର ସଭାପତି ଦୟାନିଧୂ ଦାଶ, ବିଜେପି ନେତା ବ୍ରହ୍ମାନନ୍ଦ ପଟ୍ଟନାୟକ, ସଞ୍ଜୀୟ ଜେନା, ପତିତପାବନ ମହାବିଦ୍ୟାଳୟର ପୂର୍ବତନ ଅଧ୍ଯକ୍ଷ ପ୍ରଦୀପ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ କମଳାକାହ୍ନୁ ଦାସ, ଯୁବନେତା ପ୍ୟାରୀମାହନ ବାରିକ ଆଦି ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବର୍ଗ ଯୋଗଦାନ କରି ନଦୀ ସୁରକ୍ଷାର ପ୍ରୟାସକୁ ସମର୍ଥନ ଜଣାଇଥିଲେ। ବୈତରଣୀ, କୁସେଇ ଓ ରେମାଳ ନଦୀ କୂଳରୁ ଶତାକ ଲୋକଙ୍କ ଉପସ୍ଥିତି ଏହି ଆନ୍ଦୋଳନର

ବ୍ୟାପକ ଜନସମାଗମକୁ ଇଙ୍ଗିତ କରିଥିଲା ସଭାର ଅଧ୍ଯକ୍ଷତା କରୁଥିବା ସାମାଜିକ କାର୍ଯ୍ୟକର୍ତା ଯଜ୍ଞ ପ୍ରସାଦ ସାହୁ ଜୋର ଦେଇ କହିଥିଲେ ଯେ ସଂକଳ୍ପର ସିଦ୍ଧି ପାଇଁ ସତ୍ୟାଗ୍ରହ ହିଁ ଏକମାତ୍ର ପଥ। ଶେଷରେ ସାମାଜିକ କାର୍ଯ୍ୟକର୍ତା ସତ୍ୟବ୍ରତ ଜେନା ଆଗାମୀ ସଂଘର୍ଷର ପଥରେ ଧନ୍ୟବାଦ ଜଣାଇ ଏହି ସତ୍ୟାଗ୍ରହର ପ୍ରଶଂସା କରିଥିଲେ।ସୃଷ୍ଟ ହୋଇଛି ଯେ, ଆନନ୍ଦପୁରର ବାଲି ସତ୍ୟାଗ୍ରହ ଏକ ସ୍ଥାନୀୟ ପ୍ରତିବାଦର ସୀମା ଅତିକ୍ରମ କରି ଏକ ଜନସଚେତନତାର ରାଜ୍ୟବ୍ୟାପୀ ଆନ୍ଦୋଳନର ରୂପ ନେଉଛି, ଯାହା ଓଡ଼ିଶାର ନଦୀମାନଙ୍କ ସୁରକ୍ଷା ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାର ସମ୍ଭାବନା ରଖୁଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande