ଦିବଗଂତଙ୍କ ସ୍ମୃତି ଚାରଣ ସଭା ଓ ପିତୃସ୍ମୃତି ଉନ୍ମୋଚନ
କେନ୍ଦୁଝର, 3 ନଭେମ୍ବର (ହି.ସ.) ଘଟଗାଁ ବ୍ଲକ ଢେଙ୍କିକୋଟର ବିଶିଷ୍ଠ ବ୍ୟକ୍ତି, ସମାଜସେବୀ ବିଦ୍ୟାଧର ସାହୁ (ଶୁକ ନନା)ଙ୍କ )ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କ ଢେଙ୍କିକୋଟ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେହି ଦିବଗଂତଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସଭା ଓ ପୁସ୍ତକ ପିତୃସ୍ମୃ
ଦିବଗଂତଙ୍କ ସ୍ମୃତି ଚାରଣ ସଭା ଓ ପିତୃସ୍ମୃତି ଉନ୍ମୋଚନ


କେନ୍ଦୁଝର, 3 ନଭେମ୍ବର (ହି.ସ.)

ଘଟଗାଁ ବ୍ଲକ ଢେଙ୍କିକୋଟର ବିଶିଷ୍ଠ ବ୍ୟକ୍ତି, ସମାଜସେବୀ ବିଦ୍ୟାଧର ସାହୁ (ଶୁକ ନନା)ଙ୍କ )ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କ ଢେଙ୍କିକୋଟ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେହି ଦିବଗଂତଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସଭା ଓ ପୁସ୍ତକ ପିତୃସ୍ମୃତି ଉନ୍ମୋଚନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ମୁଖ୍ୟ ଅତିଥ୍‌ଭାବେ ପୂର୍ବତନ ବିଧାୟକ ପ୍ରାଣବଲ୍ଲବ ନାୟକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ କରଞ୍ଜିଆ ଅଟୋନୋମସ କଲେଜର ଅଧ୍ୟକ୍ଷ ଭାଗୀରଥୀ ପୃଷ୍ଟି, ଷ୍ଟି, ସମ୍ମାନିତ ଅତିଥିଭାବେ ଢେଙ୍କିକୋଟର ବରିଷ୍ଠ ଡାକୁର ପୂର୍ଣ୍ଣଚନ୍ଦ୍ର ବଳ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭରତଚନ୍ଦ୍ର ମହାନ୍ତି, ନାରାୟଣ ରାୟଣଚନ୍ଦ୍ର ଲେଙ୍କା, ନାରାୟଣଚନ୍ଦ୍ର ସାମଲ, ଅଲେଖ ସିଂହ, ବରିଷ୍ଠ ବ୍ୟକ୍ତି ସମାଜସେବୀ ବୈଲୋଚନ ବେହେରା ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଶିକ୍ଷାବିତ ତଥା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅବସରପ୍ରାପ୍ତ ମ୍ୟାନେଜର କୁଳମଣି ମଣ୍ଡଳ। କାର୍ଯ୍ୟକ୍ରମକୁ କାର୍ଯ ପରିଚାଳନା କରିଥିଲେ ସାମ୍ବାଦିକ ସଞ୍ଜୟ କୁମାର ସାହୁ। କାର୍ଯ୍ୟକ୍ରମଟି ଶିକ୍ଷାବିତ ତଥା ସାହିତ୍ୟିକ ହରିଶଚନ୍ଦ୍ର ଜେନାଙ୍କ ଆବାହକତ୍ବ ଓ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଦିବଂଗତଙ୍କ ଫଟୋ ଚିତ୍ରରେ ଧୂପ, ଦୀପ, ପୁଷ୍ପମାଲ୍ୟ ଅର୍ପଣ ପରେ ନୀରବ ପ୍ରାର୍ଥନା ହୋଇଥିଲା।ପରେ ପରେ ପରିବାର ଲୋକେ, ଆତ୍ମୀୟ ଓ ଅତିଥି ମାନେ ସ୍ମୃତିଚାରଣ କରିଥିଲେ। ଦିବଂଗତଙ୍କ ଉଦ୍ଦେଶ୍ୟରେ ହୋଇଥ‌ିବା ପୁସ୍ତକ ପିତୃସ୍ମୃତିକୁ ଅତିଥ୍‌ମାନେ ଓ ପରିବାରର ଲୋକମାନେ ଉନ୍ମୋଚନ କରିଥିଲେ। ପରେ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ କ୍ରମ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଦିବଂଗତ ବିଦ୍ୟାଧର ସାହୁଙ୍କ ପୁତ୍ର ରାମଚନ୍ଦ୍ର ସାହୁ,ଶତ୍ରୁଘ୍ନ ସାହୁ, ଅଜିତ କୁମାର ସାହୁ, ଅନିଲ କୁମାର ସାହୁଙ୍କ ସମେତ ପୁତ୍ରବଧୂ ନାତି, ନାତୁଣୀ, ଝିଅ, ଜ୍ବାଇଁ ଉପସ୍ଥିତଥିଲେ। ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ସମାଜସେବୀ, ସାମ୍ବାଦିକ, ରାଜନୈତିକ ବ୍ୟକ୍ତି ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande