କେନ୍ଦୁଝର ଜିଲ୍ଲା ଗୋଁଡ ସମାଜର ଦ୍ବିବାର୍ଷିକ ସମୀକ୍ଷା ଓ ସମନ୍ବୟ ସମ୍ମିଳନ ସମାପ୍ତ
କେନ୍ଦୁଝର, 3 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଗୋଁଡ ସମାଜ ସମାଜର ଦ୍ବିବାର୍ଷିକ ସମୀକ୍ଷା ଓ ସମନ୍ବୟ ସମ୍ବେଳନ ସ୍ଥାନୀୟ ଧ୍ରୁପଦା ଠାରେ ଜିଲ୍ଲା ସଭାପତି ଜନାର୍ଦ୍ଦନ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସମିଳନୀରେ ଜିଲ୍ଲାର ପୁର ପଲ୍ଲୀରୁ ଗୋଁଡ ସମାଜର ପଲ୍ଲୀ ସଭାପତି ସଂପାଦକ
କେନ୍ଦୁଝର ଜିଲ୍ଲା ଗୋଁଡ ସମାଜର ଦ୍ବିବାର୍ଷିକ ସମୀକ୍ଷା ଓ ସମନ୍ବୟ ସମ୍ମିଳନ ସମାପ୍ତ


କେନ୍ଦୁଝର, 3 ନଭେମ୍ବର (ହି.ସ.)

କେନ୍ଦୁଝର ଜିଲ୍ଲା ଗୋଁଡ ସମାଜ ସମାଜର ଦ୍ବିବାର୍ଷିକ ସମୀକ୍ଷା ଓ ସମନ୍ବୟ ସମ୍ବେଳନ ସ୍ଥାନୀୟ ଧ୍ରୁପଦା ଠାରେ ଜିଲ୍ଲା ସଭାପତି ଜନାର୍ଦ୍ଦନ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସମିଳନୀରେ ଜିଲ୍ଲାର ପୁର ପଲ୍ଲୀରୁ ଗୋଁଡ ସମାଜର ପଲ୍ଲୀ ସଭାପତି ସଂପାଦକ ଓ ସଂଗଠ ଗଠକ ମାନେ ଯୋଗ ଦେଇଥିଲେ। ଗୋଁଡ ସମାଜର ପ୍ରତିଷ୍ଠାତା ତେଲକୋଇ ବିଧାୟକ ଶ୍ରୀ ପ୍ରଣାବଲ୍ଲଭ ନାୟକ ଉପସ୍ଥିତ ରହି ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ।

ଆଜି ବୈଠକରେ ଅବସରପ୍ରାପ୍ତ ପ୍ରଶାସକ ଦୋଳଗୋବିନ୍ଦ ନାୟକ,ବରିଷ୍ଠ ନାଗରିକ ମନମୋହନ ସିଂହ, ସଂଗଠନ ଜିଲ୍ଲା ଉପସଭାପତି ଯୁଧୂଷ୍ଠିର ସିଂହ, ଅନାଦି ଚରଣ ନାୟକ, ରାଜ୍ୟ ପ୍ରଭାରୀ କୀର୍ତ୍ତନ ବିହାରୀ ନାୟକ, ତେଲକୋଇ ରାଣିବେଡା ପଲ୍ଲୀ ସଭାପତି ପଦ୍ମଲାଭ ନାୟକ, ବାଲିସର ପଲ୍ଲୀ ସଭାପତି ଶରତ ଚନ୍ଦ୍ର ନାୟକ ପ୍ରମୁଖ ଅତିଥ୍‌ ରୂପେ ମଞ୍ଚରେ ଉପସ୍ଥିତ ଥିଲେ। ସଭା ଆରମ୍ଭରେ କୂଳ ଇଷ୍ଟଦେବତା ଜଙ୍ଗା ଦେବଙ୍କୁ ଧୂପ ଦୀପ ପୁଷୁ ଅର୍ପଣ କରି ପୂଜା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଜି ସଭାକୁ ବରିଷ୍ଠ ଉପସଭାନେତ୍ରୀ କିରଣବାଳା ନାୟକ ପରିଚାଳନା କରିଥିଲେ। ସଭାରେ ଦିବଂଗତ ସଦସ୍ୟଙ୍କ ସ୍ମୃତିରେ ଶୋକପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା। ଆଜି ସଭାରେ ସମ୍ପାଦକ ଚକ୍ରଧର ନାୟକ, ରାଧାକାନୁ ନାୟକ ଓ ଦୈତାରୀ ସିଂହ ଉପସ୍ଥିତ ରହି ଅନେକ ସହଯୋଗ କରିଥିଲେ। ବିଭିନ୍ନ ଅଂଚଳରୁ ଆସିଥ‌ିବା ସଦସ୍ୟ ମାନେ ଅଞ୍ଚଳ ସମସ୍ୟା ଉପରେ ଆଲୋଚନା କରିଥିଲେ ବିଭିନ୍ନ ପ୍ରତିବନ୍ଧକ ଦୂର ଲାଗି ବାଧା ସୃଷ୍ଟିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ କମିଟିକୁ ଅନୁମତି ଦିଆଯାଇଥିଲା। ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ। ଶେଷରେ ସଭାପତି ଓ ଅନ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande