ବନ୍ଧୁକ ଦେଖାଇ ମାରି ଦେବାକୁ ଉଦ୍ୟମ ମାମଲାରେ ଅଭିଯୁକ୍ତ ଅଦାଲତ ଚାଲାଣ
କୋରାଇ, ୦୩ ନଭେମ୍ବର(ହି.ସ.) – ୨୦୨୫ ଜୁଲାଇ ୧୦ ତାରିଖ ବନ୍ଧୁକ ଦେଖାଇ ମାରିଦେଇ ଖସିଯିବାକୁ ଉଦ୍ୟମ ମାମଲାରେ ପୂର୍ବରୁ ଜଣେ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଆଜି ପାଣିକୋଇଲି ପୁଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ
ବନ୍ଧୁକ ଦେଖାଇ ମାରି ଦେବାକୁ ଉଦ୍ୟମ ମାମଲାରେ ଅଭିଯୁକ୍ତ ଅଦାଲତ ଚାଲାଣ


କୋରାଇ, ୦୩ ନଭେମ୍ବର(ହି.ସ.) – ୨୦୨୫ ଜୁଲାଇ ୧୦ ତାରିଖ ବନ୍ଧୁକ ଦେଖାଇ ମାରିଦେଇ ଖସିଯିବାକୁ ଉଦ୍ୟମ ମାମଲାରେ ପୂର୍ବରୁ ଜଣେ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଆଜି ପାଣିକୋଇଲି ପୁଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ ସାନ୍ତାପଡ଼ା ଗ୍ରାମର କୃଷ୍ଣ ଚନ୍ଦ୍ର ହୋତାଙ୍କ ପୁଅ ଅମୂଲ୍ୟ ହୋତା(୫୮) ବୋଲି ପୁଳିସ ସୂତ୍ରରୁ ପ୍ରକାଶ । ପ୍ରକାଶ ଯେ ବାଲୋଶ୍ୱର ଜିଲ୍ଲା ସୋର ସୁଜନପୁର ଅଂଚଳର ଗୟାଧର ମହାକୁଡଙ୍କ ପୁଅ ବିଜୟ ମହାକୁଡଙ୍କ ଠାରୁ ତାଙ୍କ ଗ୍ରାମ ନିକଟସ୍ଥ ଅଙ୍କ ବରହମପୁର(ସାନ୍ତାପଡା) ଗ୍ରାମର ଅମୂଲ୍ୟ ହୋତାଙ୍କ ପୁଅ ଖଗେନ୍ଦ୍ର ଓ କ୍ôଷତିଶ ୨୫ ଲକ୍ଷ ଟଙ୍କା ନେଇଥିଲେ। ଶ୍ରୀରାମ ନାମକ ହୋଟେଲ ଦେବା ପାଇଁ ୫ ଲକ୍ଷ ଓ ଦୁଇଟି ଜମି ପ୍ଲଟ ଦେବା ପାଇଁ ୨୦ ଲକ୍ଷ ନେଇଥିଲେ । ମୋଟ ୨୫ ଲକ୍ଷ୍ୟ ଟଙ୍କା ଫେରସ୍ତ ପାଇ ଜୁଲାଇ ୧ ତାରିଖକୁ ସ୍ଥିର ହୋଇଥିଲା। ମାତ୍ର ଜୁନ ୨୮ ତାରିଖରୁ ଅମୂଲ୍ୟ ପରିବାର ଫେରାର ହୋଇଯାଇଥିଲେ । ସେମାନେ ଧୁଷୁରୀ ଥାନା ଅଂଚଳରେ ରହୁଥିବା ଖବର ପାଇ ବିଜୟ ମହାକୁଡ ତାର ସାଂଗ ବିଜୟ ବାରିକଙ୍କୁ ଧରି ଭଦ୍ରକ ଜିଲ୍ଲା ଧୁଷୁରୀ ଅଂଚଳରେ ତିନି ଦିନ ରହିବା ପରେ ତାଙ୍କୁ ଠାବ କରିଥିଲେ । ସେମାନଙ୍କୁ ଧରି ଧୁଷୁରି ଥାନାକୁ ନେବା ପରେ ଉଭୟଙ୍କ ମଧ୍ୟରେ ଟଙ୍କା ନେଣଦେଣ ନେଇଏକ ଚୁକ୍ତିନାମା ହୋଇଥିଲା । ଯେହେତୁ ଉକ୍ତ ପରିବାରର ଅମୂଲ୍ୟ ହୋତା ପୁରୋହିତ ଥିଲେ ବିଜୟ ତାଙ୍କ କଥାରେ ରାଜି ହୋଇଥିଲା । ପରେ ଉଭୟ ଦୁଇଭାଇ ଖଗେନ୍ଦ୍ର ଓ କ୍ôଷତିଶ ତାଙ୍କ ବାପାଙ୍କ ପାଖକୁ ଯିବାକୁ କହି ଛତାବର ଆଣିଥିଲେ । ସେଠାରୁ ଷଠିପୁରରେ ସନ୍ଧ୍ୟାରେ ଭେଟ ହେବ କହିଥିଲେ । ପାଣିକୋଇଲି ଅଂଚଳରେ ତାଙ୍କ ବାପା ଥିବା କହି ଉଭୟ ୪ଜଣ ଦୁଇଟି ବାଇକରେ(ଓଡି ୨୨ଏ ବି୬୩୩୧ ଓ ଓଡି୦୧ବି ଏ ୮୪୯୬) ଆସିଥିଲେ । ମାତ୍ର ପାଣିକୋଇଲି ମାଛ ମାର୍କେଟ ନିକଟରେ ଖଗେନ୍ଦ୍ର ଏକ ବନ୍ଧୁକ ବାହାର କରି ବିଜୟଙ୍କ ଉପରେ ଆକ୍ରମଣ କରିବାକୁ ବସିଥିବା ବେଳେ ବନ୍ଧୁକରୁ ମ୍ୟାଗାଜିନଟି ତଳେ ପଡିଯାଇଥିଲା । ବିଜୟ ଚୋର ଚୋର ବୋଳି ପାଟି କରିବାରୁ ଲୋକମାନେ ଦୌଡି ଆସିଥିଲେ । ଘଟଣାସ୍ଥଳୁ କ୍ôଷତିଶ ଫେରାର ହୋଇଯାଇଥିବା ବେଳେ ଖଗେନ୍ଦ୍ରକୁ ଲୋକମାନେ ଧରି କାବୁ କରି ପୁଲିସକୁ ଖବର ଦେଇଥିଲେ । ଏନେଇ ବିଜୟ ଥାନାରେ ଲିଖିିତ ଅଭିଯୋଗ କରିବା ପରେ ଖଗେନ୍ଦ୍ରକୁ ପୁଲିସ ଅଦାଲତ ଚାଲାଣ କରିଥିଲା । ଆଜି ଅମୂଲ୍ୟକୁ ଗିରଫ କରି ଅଦାଲତ ଚାଲାଣ କରିଛି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande