
କୋରାଇ, ୦୩ ନଭେମ୍ବର(ହି.ସ.) – ଚାଷ କ୍ଷେତରୁ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଚଳିତ ବର୍ଷ ବାରମ୍ବାର ଚୋରି ହେବା ଥାନାରେ ଅଭିଯୋଗ ହୋଇଆସୁଛି । ମାତ୍ର ବିଦ୍ୟୁତ ବିଭାଗ ତାର ସଂଯୋଗ କରିବାରେ ବିଫଳ ହୋଇଛି । ସୌଭାଗ୍ୟ ବଶତଃ ମରୁଡିର ପଦଧ୍ୱନୀ ଦେଖାଯାଇନଥିବାରୁ ଚଳିତ ବର୍ଷ ଖରିଫ ଚାଷ ବର୍ଷା ପାଣିରେ ହୋଇଯାଇଛି । ଅପରପକ୍ଷେ ଚୋରି ନହୋଇଥିବା ସ୍ଥାନରୁ ବିଦ୍ୟୁତ କର୍ମଚାରୀ ତାର କାଟି ଆଣିବା ବେଳେ ଲୋକଙ୍କ ହାବୁଡରେ ପଡି ହଟହଟା ହୋଇଛିନ୍ତି । ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଂଚାୟତର ପଳସା ଆମ୍ବଗଡିଆ ଗ୍ରାମ ନିକଟରେ ୧୧ କେଭଗି ବିଦ୍ୟୁତ ତାର ବିଲକୁ ଯାଇଥିବା ବେଳେ ଆଜି ଦୁଇ ବିଦ୍ୟୁତ କର୍ମଚାରୀ ତାର କାଟି ନେଉଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରିଥିଲେ । ତାର ଟାଣିବା ପରିବର୍ତେ ତାର କାହିଁକି କାଟୁଛ କହିବାରୁ କୌଣସି ସନ୍ତୋଷ ଜନକ ଉତର ଦେଇପାରିନଥିଲେ । ଫଳରେ ସେମାନଙ୍କୁ ଗ୍ରାମବାସୀ ଅଟକାଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳେ ପହଂଚି ସେମାନଙ୍କୁ ତାର ସହ ଧରି ବିଦ୍ୟୁତ ବିଭାଗ ସହ ଆଳେଶଚନା କରି ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି