
ସମ୍ବଲପୁର, ୦୩ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ବରଗାଁ ପଂଚାୟତ ବଉଁଶରା ଗ୍ରାମର ଦଶମତୀ ଯୁବକ ସଂଘ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ୍ ପ୍ରତିଯୋଗିତା ବରଗାଁ ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୋଟ୍ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ଶେଷରେ ଏମ୍ଡି ସ୍ପୋର୍ଟିଂ ଓ ଧମା ଏଫ୍ସି ଫାଇନାଲରେ ପ୍ରବେଶ କରିଥିଲେ। ଉଭୟ ଦଳପକ୍ଷରୁ ତୀବ୍ର ସଂଘର୍ଷ ଓ ଆକର୍ଷଣୀୟ କ୍ରୀଡ଼ା ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ଶେଷରେ ପେନାଲ୍ଟି କିକ୍ରେ ଧମା ଏଫ୍.ସି ୩/୧ରେ ବିଜୟୀ ହୋଇଥିଲେ। ପ୍ରତିଯୋଗିତାକୁ ଅଭି ମହାନନ୍ଦ, ନନ୍ଦୁ ନାୟକ, କିଶୋର ପରିଚାଳନା କରିଥିଲେ। ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବିଧାୟକଙ୍କ ପ୍ରତିନିଧି ମନୋଜ ମହାପାତ୍ର ଓ ସମ୍ମାନିତ ଅତିଥି ଭାବରେ ରଞ୍ଜନ ପଣ୍ଡା, ଭବାନୀ ହୋତା, ଗୌରାଙ୍ଗ ପୁରୋହିତ, ଦେବବ୍ରତ ବିଶ୍ୱାଳ, ସୁରଥ ଭୋଇ, ଦୟାନିଧି ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଭୟ ଦଳକୁ ଟ୍ରଫି ଓ ନଗଦ ରାଶି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନସ ବେହେରା, ବିଟୁ ବେହେରା, ସାହିଲ ସାହୁ, ଅମୂଲ୍ୟ ଭୋଇ, ଗଦାଧର ବାଗ, କିଶୋର ବାଗ, ସରୋଜ ମିର୍ଦ୍ଧା, ବିଶ୍ୱଜିତ୍ ଜାଲ, ପ୍ରହଲ୍ଲାଦ କୁଅଁର ପ୍ରମୁଖ ଏହି ପ୍ରତିଯୋଗିତାର ଅୟୋଜନ ଓ ପରିଚାଳନା କରିବାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ