
ଘଟଗାଁ, ୦୩ ନଭେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲା ସଦର ଉପଖଣ୍ଡ ଅନ୍ତର୍ଗତ ଘଟଗାଁ ବ୍ଲକର ବଳଭଦ୍ରପୁର ଗ୍ରାମପଂଚାୟତ ନୁଦୁରୁପଡା ଗ୍ରାମରେ ବାସ କରୁଥିବା ଗରିବ ଭିନ୍ନକ୍ଷମ ତ୍ରିଲୋଚନ ବେହେରା ସରକାର ସାହାୟତା ପାଇପାରୁ ନଥିବା ଅଭିଯୋଗ ହୋଇଛି ପ୍ରକାଶ ଯେ ରାଜ୍ୟଓକେନ୍ଦ୍ରସରକାର ଗରିବଅସହାୟ ବିଧବା ବୃଦ୍ଧ ବୃଦ୍ଧା ବିକଳାଙ୍ଗ ଏବଂ ଭିନ୍ନକ୍ଷମ ମାନଙ୍କପାଇଁ ବିଭିନ୍ନ ସହାୟତା ଭତା ପ୍ରଚଳନ କରିଛନ୍ତକିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ପ୍ରଶାସନ ରାଜନୈତିକଙ୍କ ତଦାରଖ ଅବହେଳାରୁ ଭିନ୍ନକ୍ଷମ ବ୍ୟକ୍ତି ତ୍ରିଲୋଚନ ବେହେରା ୨୦୨୩ମସିହାରୁ ଭିନ୍ନକ୍ଷମ ଭତା ପାଇବାପାଇଁ ପଂଚାୟତ ଠାରୁ ବ୍ଲକପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଆସୁଥିଲେ ମଧ୍ୟ ଭତା ପାଇବାରୁ ବଂଚିତ ହୋଇଥିବା ଉଦବେଗ ପ୍ରକାଶ ପାଇଛିଏଠାରେ ସୂଚନା ଯୋଗ୍ୟଯେ ପରିବାରର ଭରଣ ପୋଷଣ ପାଇଁ ଭିନ୍ନକ୍ଷମ ଶ୍ରୀ ବେହେରାନୁଦୁରୁପଡା ସ୍ଥିତ ମାତାରିଣୀ ମନ୍ଦିର ଛକାନିକଟରେ ବସି ବରାମଜା ବିକ୍ରି କରୁଥିବାବେଳେ ତାଙ୍କ ସ୍ତ୍ରୀ ପର ଘରେ ମୁଲ ଲାଗୁ ଛନ୍ତି ବାପମାର ଏ ଦୟନୀୟ ଅବସ୍ଥା ଦେଖି ଦାଦନ ଖଟିବାକୁ ବାହାରକୁ ଚାଲିଯାଇଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଓ ସରକାର ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଭିନ୍ନକ୍ଷମ ଭତା ତ୍ରିଲୋଚନ ବେହେରାଙ୍କୁ ଯୋଗାଇ ଦେବାକୁ ପଂଚାୟତ ଜନସାଧାରଣ ନିବେଦନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ