
କୋରାଇ, ୦୩ ନଭେମ୍ବର(ହି.ସ.) –ପାଣିକୋଇଲି ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀ ଦୌରାମ୍ୟରେ ଲୋକେ ଅତିଷ୍ଠ ହେଲେଣି । ବାରମ୍ବାର ସେମାନଙ୍କ ଅମାନବୀୟ ଓ ଅଶୋଭନୀୟ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଆଜି ପାଣିକୋଇଲି ପଂଚାୟତ ଚାନ୍ଦପୁର ଗ୍ରାମରେ ଉତେଜନା ଦେଖାଦେଇଛି । ବିଦ୍ୟୁତ କର୍ମଚାରୀ ପୋଲିସ ଉପସ୍ଥିତରେ ବିଦ୍ୟୁତ କାଟ କରିବା ସହ ଘରର ମିଟର ଭାଂଗିଦେବାକୁ ନେଇ ଉତେଜନା ଦେଖାଦେଇଥିଲା । ଫଳରେ ବିଦ୍ୟୁତ ଅଧିକାରୀ ବିଲ ଭିତରେ ଦୌଡି ପଳାଇଥିଲେ । ଏମିତିକି ବିଦ୍ୟୁତ କର୍ମଚାରୀ ମହିଳାମାନଙ୍କୁ ଧକ୍କା ମରିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳେ ପାଣିକୋଇଲି ଥାନା ଅଧିକାରୀ ରଂଜିତ କୁମାର ମହାନ୍ତି ଓ ବିଦ୍ୟୁତ ବିଭାଗ ଏସଡିଓ ଅସୀମ ଅଭିତାଭ ଧଳ ପହଂଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ବି ଘଟଣା ଘଟାଇଥିବା ଅଧିକାରୀ ଫେରାର ହୋଇଯାଇଥିଲେ । ଏନେଇ ଏସଡିଓ ଶ୍ରୀ ଧଳଙ୍କ ଗ୍ରାମବାସୀଙ୍କ ଆଲୋଚନା ଫଳପ୍ରଦ ନହୋବରୁ ଥାନାରୁ ଅଭିଯୋଗ କରାଯାଇଛି । ପ୍ରକାଶଥାଉକି ପାଣିକୋଇଲି ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମରେ ଗତ ୩୧ ତାରିଖ ବିଳମ୍ବିତ ରାତ୍ରୀରେ ଏକ ଅଭାବନୀୟ ଘଟଣା ଘଟିଥିଲା । ୩ଜଣ ବିଦ୍ୟୁତ କର୍ମଚାରୀଙ୍କୁ ଚୋର ବୋଳି ଭାବି ମାଡ ମାରି ପୁଲିସ ଜିମା ଦିଆଯାଇଥିଲା ଏନେଇ ଥାନାରେ ଦୁଇଟି ଅଭିଯୋଗରେ ମାମଳା ମଧ୍ୟ କରାଯାଇଛି । ଚାନ୍ଦପୁର ଗ୍ରାମର ପ୍ରଦୀପ ପଣ୍ଡାଙ୍କ ଘରେ ରାତି ୩ଟା ସମୟରେ ଘରର କବାଟ ଖୋଲାଥିବା ସମୟରେ ଜଣେ ଅଣଓଡିଆ ବ୍ୟକ୍ତି ତାଙ୍କ ଘରେ ପସିଥିଲା । ଏହା ଦେଖି ସେମାନେ ଚୋର ଚୋର ପାଟି କରିବାରୁ ପରିବାରର ସମସ୍ତେ ଓ ଗ୍ରାମବାସୀ ଉଠିଆସିଥିଲେ । ସେମାନଙ୍କୁ ଉତମ ମଧ୍ୟମ ଦେଇ ପୁଲିସକୁ ଫୋନ କରିଥିଲେ । ଉକ୍ତ ଯୁବକ ମହିଳାମାନଙ୍କୁ ଧକ୍କା ମାରିବା ସହ ସୁନା ଅଳଙ୍କାର ଛଡାଇଥିବାର ଅଭିଯୋଗରେ ମଧ୍ୟ ଦର୍ଶାଇଛନ୍ତି । ଖବରପାଇ ପାଣିକୋଇଲି ପୁଲିସ ପହଂଚି ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣି ଚିକିତ୍ସା ପାଇଁ ପଠାଇଥିଲା । ଅପରପକ୍ଷେ ବିଦ୍ୟୁତ ବିଭାଗ କର୍ମଚାରୀ ଥାନାରେ ମଧ୍ୟ ପାଲଟା ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ମୁତାବକ ଉକ୍ତ ପରିବାର ପ୍ରତିଦିନ ରାତିରେ ହୁକ ପକାଇ ବିଦ୍ୟୁତ ବ୍ରବହାର କରନ୍ତି । ଖବର ପାଇ ଗୁରୁବାର ଏକ ଟିମ ବିଦ୍ୟୁତ ତାରରୁ ହୁକ କେଉଁଆଡେ ଯାଇଛି ବୋଲି ଟର୍ଚ୍ଚ ମାରି ଚେକିଂଗ କରିଥିଲେ । ତାରଟି କୁଆଡେ ଯାଇଛି ଖୋଜିବା ବେଳକୁ ଉକ୍ତ ଘରକୁ ଯାଇଥିଲା । ସେ ଏହା ଦେଖିବା ପରେ ସେମାନେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଶଶିଶେଖର ଶର୍ମା ନାମକ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଦୁଇଟି ଯାକ ଅଭିଯୋଗକୁ ପୁଲିସ ଗ୍ରହଣ କରି ତଦନ୍ତ ଜାରି ରଖିଛି । ଅପରପକ୍ଷେ ବିଦ୍ୟୁତ ବିଭାଗର ଜୁଲମକୁ ନେଇ ପ୍ରଶ୍ନ ଉଠିଛି । ରାତି ଅଧରେ ବିନା ପୁଲିସ ଓ ବିନା ମହିଳା କର୍ମଚାରୀରେ ଜଣଙ୍କ ଘରେ ପଶିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ଏହି ଅଭିଯୋଗ ପରେ ଆଜି ବିଦ୍ୟୁତ ବିଭାଗ ପୁଲିସ ନେଇ ଘରର ସର୍ଭିସ ଲାଇନ କ।।ଟିଥିଲେ । ଫରେ ଘରେ ପଶି ମିଟରଟିକୁ କାଠ ଫାଳିଆ ଭାଂଗିବା ଓ ମହିଳାମାନଙ୍କୁ ଧକ୍କା ମରିବା ଭଳି କାଣ୍ଡ କରିବାରୁ ସେମାନଙ୍କୁ ଗ୍ରାମବାସୀ ଅଔଟକାଇଥିଲେ । ପରେ ଏନେଇ ଆଲୋଚନା କୌଣସି ଫଳପ୍ରଦ ନହୋବରୁ ବିଦ୍ୟୁ ଅଧିକାରୀଙ୍କ ନାମେର ଥାନାରେ ଅଭିଯୋଗ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି