ଗୋରୁ ବୋଝେଇ ପିକ୍‌ଅପ୍ ଜବଦ
କେନ୍ଦୁଝର, 3 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ସାହାରପଡା ଫାଣ୍ଡି ହଳଦିବଟା ଛକ ନିକଟରେ ପିକପ୍ ଗାଡ଼ିରେ ୭ ଟି ଗୋରୁ ବୋଝେଇ ହେଉଥିଲା ବେଳେ ଏହି ଗୋରୁ ଗାଡି ଢେକିକୋଟ ପଟୁ ଆସୁଥ‌ିବା ବେଳେ ସ୍ଥାନୀୟ ଲୋକମାନେ ଖବର ପାଇ ଗାଡ଼ିକୁ ପିଛା କରିଥିଲେ । ଗୋରୁ ଗାଡ଼ି କୁ ସ୍ଥାନୀୟ ଲୋକେ ଅଟକ ରଖ୍ ସାହା
ଗୋରୁ ବୋଝେଇ ପିକ୍‌ଅପ୍ ଜବଦ


କେନ୍ଦୁଝର, 3 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ସାହାରପଡା ଫାଣ୍ଡି ହଳଦିବଟା ଛକ ନିକଟରେ ପିକପ୍ ଗାଡ଼ିରେ ୭ ଟି ଗୋରୁ ବୋଝେଇ ହେଉଥିଲା ବେଳେ ଏହି ଗୋରୁ ଗାଡି ଢେକିକୋଟ ପଟୁ ଆସୁଥ‌ିବା ବେଳେ ସ୍ଥାନୀୟ ଲୋକମାନେ ଖବର ପାଇ ଗାଡ଼ିକୁ ପିଛା କରିଥିଲେ । ଗୋରୁ ଗାଡ଼ି କୁ ସ୍ଥାନୀୟ ଲୋକେ ଅଟକ ରଖ୍ ସାହାରପଡା ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଫାଣ୍ଡି ଅଧୂକାରୀ ପାର୍ଭୋ ଓରାମ ପହଞ୍ଚି ଗୋରୁ ବୋଝେଇ ଗାଡ଼ିକୁ ଜବତ କରି ଫାଣ୍ଡିକୁ ଆଣିଥିଲେ। ଘଟଣା ସ୍ଥଳରୁ ବ୍ୟବହୃତ ଗାଡ଼ିର ଚାଳକ ଓ ହେଲପର ଫେରାର ହୋଇ ଯାଇଛନ୍ତି।

ଗାଡି ଟି କେଉଁଠାରୁ କେଉଁଠାକୁ ଯାଉଥୁଲା, ସେ ନେଇ ସାହାରପଡା ଫାଣ୍ଡିରେ ଏକ ମାମଲା ରୁଜୁ କରି ତଦନୁ ଚାଲିଛି ବୋଲି କହିଛନ୍ତି ଲକ୍ଷ୍ମଣ ମାଝୀ। ଜବତ ଗୋରୁ ଗୁଡ଼ିକୁ ଶ୍ରୀରାମ ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande