
ଭଦ୍ରକ, ୩ ନଭେମ୍ବର (ହି.ସ.) - ଧାମନଗର ଅଂଚଳର ସୁନାମ ଧନ୍ୟ ଶିକ୍ଷକ ସ୍ୱର୍ଗତ ଜଗନ୍ନାଥ ରାୟମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ସମାରୋହ ସ୍ଥାନୀୟ ଏନଏସି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାକୁ ଏବିଇଓ ହେମେନ୍ଦ୍ର ନାଥ ମହାନ୍ତି ସଂଚାଳନ କରିଥିଲେ।ଏଥିରେ ପୂର୍ବତନ ରାଜ୍ୟ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ମରଣିକା ସ୍ମୃତିରେ ସ୍ମୃତିରେ ରାୟ ସାର’ କୁ ଉନ୍ମୋଚନ କରିଥିଲେ।ସମାଜକୁ ଉତମ ଭାବେ ଗଢିତୋଳିବା ପାଇଁ ଭଲ ଶିକ୍ଷକଙ୍କ ର ଯୁଗେ ଯୁଗେ ଆବଶ୍ୟକତା ରହିଛି।ଜଣେ ଭଲ ଶିକ୍ଷକଙ୍କୁ ଧାମନଗର ମାଟି ହରାଇଛି ବୋଲି ଶ୍ରୀ ଘଡାଇ ତାଙ୍କ ବକ୍ତବ୍ୟ ରେ କହିଥିଲେ।ଶ୍ରଦ୍ଧାଞ୍ଜଳି ସଭାରେ ସାଂସଦ ଅଭିମନ୍ୟୁ ସେଠୀ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ଭଦ୍ରକ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା,ପୂର୍ବତନ ସଭାପତି ବଦ୍ରୀ ନାରାୟଣ ଧଳ,ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ, କୈଳାସ ମହାପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମନୋରଞ୍ଜନ ମଲିକ,ସମାଜ ସେବିକ ପ୍ରଣତି ସାମଲ, ପ୍ରଶାନ୍ତ ବିଶ୍ୱାଳ,ସରୋଜ ମହାପାତ୍ର,ପ୍ରାକ୍ତନ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ସାହୁ,ଅଶୋକ କୁମାର ନାୟକ,ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ ଓ ବୈକୁଣ୍ଠ ନାଥ ସାହୁ,ସମାଜସେବୀ ରଘୁନାଥ ଲେଙ୍କା,ନରେନ୍ଦ୍ର କୁମାର ମଲ୍ଲିକ,ହରେକୃଷ୍ଣ ପାଢୀ,ଶିକ୍ଷାବିତ ନିରାକାର ମହାନ୍ତି,ମହେଶ୍ୱର ସ୍ୱାଇଁ ପ୍ରମୁଖ ବହୁ ବିଶିଷ୍ଟ ବ୍ଯକ୍ତି ଯୋଗଦେଇ ସ୍ୱର୍ଗତ ରାୟମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ।ଏହି ଅବସରରେ ସ୍ମୃତି କମିଟି ତରଫରୁ ୨୨ ଜଣ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଶିକ୍ଷକ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ସ୍ମରଣିକା ର ସମ୍ପାଦକ କୁଳମଣି ବେହେରା ବିବରଣୀ ପାଠ କରିଥିବାବେଳେ ସ୍ୱର୍ଗତ ରାୟମହାପାତ୍ରଙ୍କ ପୁତ୍ର ଦୀପକ କୁମାର ରାୟମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ।ସୁରେନ୍ଦ୍ର ସେଠୀ, ମନୋଜ ସିଂହ,କୃଷ୍ଣଚନ୍ଦ୍ର ଜେନା, ଲକ୍ଷ୍ମୀ ଧର ବେହେରା,ଶ୍ରୀଧର ବେହେରା, ରାଜେଶ ବେହେରା,ବିଜୟ ରାମ ପ୍ରମୁଖ ପରିଚାଳନା କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ