କାର୍ତ୍ତିକ ପୂର୍ଣ୍ଣମୀ ନିମନ୍ତେ ବୈଠକ
ଜୟପୁର, 3 ନଭେମ୍ବର (ହି.ସ.)ଆସନ୍ତା ବୁଧବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ହେଉଥବା ଯୋଗୁଁ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯେପରି ସଜାଗ ରହିବେ ସେନେଇ ଏକ ଭିଡିଓ କନଫ୍ରେନ୍ସ ବୈଠକ ଅନୁଷ୍ଠିତ ହୋଇଛି। ଆଜି ଜିଲ୍ଲାପାଳ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଫାୟାର ଅଫିସର, ବିଡିଓ, ଏବ˚ ତହସିଲଦାର ମ
କାର୍ତ୍ତିକ ପୂର୍ଣ୍ଣମୀ ନିମନ୍ତେ ବୈଠକ


ଜୟପୁର, 3 ନଭେମ୍ବର (ହି.ସ.)ଆସନ୍ତା ବୁଧବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ହେଉଥବା ଯୋଗୁଁ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯେପରି ସଜାଗ ରହିବେ ସେନେଇ ଏକ ଭିଡିଓ କନଫ୍ରେନ୍ସ ବୈଠକ ଅନୁଷ୍ଠିତ ହୋଇଛି। ଆଜି ଜିଲ୍ଲାପାଳ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଫାୟାର ଅଫିସର, ବିଡିଓ, ଏବ˚ ତହସିଲଦାର ମାନଙ୍କୁ ଏକ ବୈଠକ କରିଥିଲେ। କାର୍ତ୍ତିକ ପୂର୍ଣ୍ଣମୀରେ ଯେପରି କିଛି ଅଘଟଣ ନ ଘଟେ ସେଥିପ୍ରତି ସମସ୍ତେ ସଜାଗ ହୋଇ ରହିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ଫାୟାର ଅଫିସର ସୁରେଶ ବାରିକଙ୍କୁ ନଦୀ କିମ୍ବା କେନାଲ ଗୁଡିକରେ ଡଙ୍ଗା ଭସାଇବା ପାଇଁ ଯିବା ସମୟରେ ଯେପରି ସତର୍କତା ଅବଲମ୍ବନ କରିବେ ସେନେଇ ଆଲୋଚନା କରିଥିଲେ। ଏହି ବୈଠକରେ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande