
ଜୟପୁର, 3 ନଭେମ୍ବର (ହି.ସ.)ଜୟପୁରସ୍ଥ ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଆଦିବାସୀଙ୍କ ସ୍ୱାସ୍ଥ୍ୟ ସ୍ଥିରତା ପାଇଁ ଗୋଷ୍ଠୀ ନେତୃତ୍ୱ ପ୍ରକଳ୍ପ ତରଫରୁ ଦିନିକିୟା କନଭରଜେନ୍ସ ବୈଠକ ବ୍ଲକ କାର୍ଯ୍ୟାଳୟ,ଲମତାପୁଟ୍ ଠାରେ ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ଲମତାପୁଟ୍ ବ୍ଲକର ଚୟନ କରିଥିବା ୧୦ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ୮ ଜଣ ଗୋଷ୍ଠୀ ସ୍ୱାସ୍ଥ୍ୟଅଧିକାରୀ , ୧୦ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ୩ ଜଣ ଆଇ.ସି.ଡ଼ି.ଏସ ସୁପରଭାଇଜର ଅଂଶଗ୍ରହଣ କରିଥିଲେ । ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂରୀକରଣ ପାଇଁ ବିଲ୍ ଏଣ୍ଡ୍ ମେଲିଣ୍ଡା ଗେଟ୍ସ୍ ଫାଉଣ୍ଡେସନ୍ ସହଯୋଗରେ ଏହି ପ୍ରକଳ୍ପଟି କାର୍ଯ୍ୟ କରୁଅଛି । ଏହି ଦିଗରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ବିଭାଗ, ସମନ୍ଵିତ ଶିଶୁ ବିକାଶ ସେବା, ୟୁ.ନି.ସେ.ଫ ଏବଂ ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ମିଳିତହୋଇ ଗର୍ଭବତୀ, ପ୍ରସୂତି ଏଵଂ ଶିଶୁମାନଙ୍କ ର ସ୍ୱାସ୍ଥ୍ୟ ଏବଂ ପୋଷଣ ଉପରେ କାର୍ଯ୍ୟ କରିବାକୁ ପ୍ରତିଜ୍ଞା ବୋଧ ହେଲେ । ଶ୍ରୀ ଅସିତ ମାନସିଂହ, ରାଜ୍ୟ ପ୍ରକଳ୍ପ ସଂଯାଜକ, ଶ୍ରୀ ଯଶ୍ମିନ୍ ମହାନ୍ତି, ଜିଲ୍ଲା ପ୍ରକଳ୍ପ ସଂଯାଜକ ଏଵଂ ଶ୍ରୀ ରାଜଦୀପ ବେହେରା, ବ୍ଲକ ସଂଯୋଜକ ଅଂଶଗ୍ରହଣକାରୀଙ୍କୁ ସଚେତନ କରିଥିଲେ। ଏହି କନଭରଜେନ୍ସ ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଜୀବନରେ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସକରାତ୍ମକ ଏଵଂ ସ୍ଥାୟୀ ପରିବର୍ତ୍ତନ ଆଣିବା ଦିଗରେ ସହାୟକ ହେବ।ଏହି ତାଲିମ୍ ଶିବିରରେ ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ. ସ୍ପନ୍ଦନ ସ୍ଥିତପ୍ରଜ୍ଞା, ଭାରପ୍ରାପ୍ତ ସମନ୍ଵିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ଇନ୍ଦୁମତୀ ପାଣିଗ୍ରାହୀ, ପି.ହେଚ.ଈ.ଓ ଈତିଶ୍ରୀ ବିଶ୍ବାଳ, ବି. ପି. ଏମ୍. ଅମ୍ବୁଜିନୀ ବାରିକ ଏଵଂ ପୋଷଣ ବିଶେଷଜ୍ଞ ସତ୍ୟସ୍ଵର ନାୟକ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ସ୍ୱାସ୍ଥ୍ୟ ଏବଂ ପୋଷଣ ସେବାଗୁଡିକ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ ତତ୍ ସହିତ ଅଂଶଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯକ୍ରମ କୁ ସୂଚାରୁ ଭାବରେ ପରିଚାଳନା କରିବା ନିମନ୍ତେ ପ୍ରକଳ୍ପର ଅନ୍ୟ କର୍ମକର୍ତ୍ତା ସାହାଯ୍ୟ ଓ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି