ନବୀନ ପଟ୍ଟନାୟକଙ୍କ ବିରାଟ ସମାବେଶ
ନୂଆପଡ଼ା, ୦୩ ନଭେମ୍ବର(ହି.ସ.) – ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ପ୍ରଚାର କଲେ ନବୀନ ପଟ୍ଟନାୟକ। ବିଜେପି ସରକାର ମିଛ ପ୍ରଚାର ରେ ହିରୋ,କାମରେ ଜିରୋ। ୧୬ ମାସ ହେଲା ରାଜ୍ୟ ସାରା ବିକାଶ କାମ ବନ୍ଦ, ମାଗଣା ବିଜୁଳି ମିଳିଲାନି,କି ସବୁ ବୁଢ଼ା ବୁଢୀଙ୍କୁ ବର୍ଦ୍ଧିତ ଭତା ମିଳ
ନବୀନ ପଟ୍ଟନାୟକଙ୍କ ବିରାଟ ସମାବେଶ


ନୂଆପଡ଼ା, ୦୩ ନଭେମ୍ବର(ହି.ସ.) – ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ପ୍ରଚାର କଲେ ନବୀନ ପଟ୍ଟନାୟକ। ବିଜେପି ସରକାର ମିଛ ପ୍ରଚାର ରେ ହିରୋ,କାମରେ ଜିରୋ। ୧୬ ମାସ ହେଲା ରାଜ୍ୟ ସାରା ବିକାଶ କାମ ବନ୍ଦ, ମାଗଣା ବିଜୁଳି ମିଳିଲାନି,କି ସବୁ ବୁଢ଼ା ବୁଢୀଙ୍କୁ ବର୍ଦ୍ଧିତ ଭତା ମିଳିଲାନି।ଚାଷୀ ୟୁରିଆ ପାଉନି, କି କଟନୀ ଛଟଣି ବନ୍ଦ ହେଲାନି। ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି। ମିଶନ ଶକ୍ତି ମା’ମାନେ ୮ ମାସ ହେଲା ଦରମା ପାଇ ନାହାନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡ ସୁବିଧା କଥା ବି ମନେ ପକେଇଦେଲେ । ଭୋଟ ଚୋରି କରି ସରକାର ଗଢ଼ିଥିଲେ େଏ୍ୱ ପ୍ରାର୍ଥୀ ଚୋରି କରିଛନ୍ତି। ଏ ସରକାର ଗେମ ଚେଞ୍ଜର ନୁହେଁ ନେମ ଚେଞ୍ଜର ସରକାର ଏବଂ ରଙ୍ଗ ମରା ସରକାର।

ଲୋକଙ୍କ ସହ,ବିଜୁ ଜନତା ଦଳ ସହ ଓ ମୋ ସହ ବେଇମାନି ହୋଇଛି ଲୋକଙ୍କ ମନରେ ଏ ସରକାର ପ୍ରତି ପ୍ରବଳ କ୍ରୋଧ ରହିଛି। ୧୧ ତାରିଖରେ ଭୋଟରେ ରେ ନୂଆପଡା ବାସୀ ଏ ବିଶ୍ୱାସ ଘାତକତାର ଜବାବ େଦ୍ୱେ ବୋଲି ଆଜି ନିର୍ବାଚନୀ ସଭାକୁ ସମ୍ବୋଧିତ କରି କହିଥିଲେ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ପାଇଁ ନୂଆପଡାରେ ପହଂଚିଛନ୍ତି। କୋମନା ବ୍ଲକର ତାରାବୋଡ଼ ଧାନମଣ୍ଡି ପଡିଆରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ନୂଆପଡା ଉପନିର୍ବାଚନ ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ। ଶ୍ରୀ ପଟ୍ଟନାୟକ ତାଙ୍କ ଉଦବୋଧନରେ ପ୍ରଥମେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲ୍ଲା ଗଠନରେ ବିଜୁବାବୁଙ୍କ ଅବଦାନ ବିଷୟରେ ସ୍ମରଣ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ସରକାର ସମୟରେ ନୂଆପଡା ଜିଲ୍ଲାର ପ୍ରଭୁତ ଉନ୍ନତି ହୋଇଥିଲା ।ବିଜୁ ଏକ୍ସପ୍ରେସ ୱେ ଠାରୁ ଆରମ୍ଭ କରି ଭଲ ପିଇବା ପାଣି, ୧୦ହଜାର ହେକ୍ଟରରୁ ଅଧିକ ଜମିକୁ ପାଣି ଦିଆଯାଇଛି। ସୁନାବେଡା ଅଭୟରଣ୍ୟର ଲୋକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ବିଜେପି ସରକାର ଆସିବା ପାରେ ପରିସ୍ଥିତି ପୁରା ବଦଳି ଯାଇଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ସାରା ରାଜ୍ୟରେ େଏ୍ୱ ବିକାଶ କାମ ପୁରା ବନ୍ଦ ହୋଇଯାଇଛି। ଆଇନ ଶୃଙ୍ଖଳା ପୁରା ଭୁଶୁଡି ଯାଇଛି। ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି। ଭାଇଚାରାର ରାଜ୍ୟ ଓଡିଶା ସୁନାମ ଆଜି ନଷ୍ଟ ହୋଇଗଲାଣି। ମିଶନ ଶକ୍ତି ମା’ମାନେ ରାଜ୍ୟରେ ଏକ ନୀରବ ଆନ୍ଦୋଳନ ଆଣିଥିଲେ କିନ୍ତୁ ଏ ସରକାର ମିଶନ ଶକ୍ତି ମା’ମାନେ ଆଜି ଲୋନ ପାଉନାହାନ୍ତି। ୮ ମାସ ହେଲା ମିଶନ ଶକ୍ତି ମା’ମାନେ ଦରମା ପାଉନଥିବାରୁ ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ। ଆଜିର ଏହି ସଭାରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ମନୋଜ ମିଶ୍ର, ସାଂସଦ ନିରଞ୍ଜନ ବିଶି, ଟୁକୁନି ସାହୁ, ଅବନୀ ଯୋଶୀ ବିଧାୟକ ଅଧୀରାଜ ପାଣିଗ୍ରାହୀ, ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଭାଷଣ ଦେଇ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande